ଝିଅମାନଙ୍କ ସହ ଦୋକାନୀ କରୁଥିଲେ ଅଶ୍ଲୀଳ ବ୍ୟବହାର, ତାପରେ କଣ ହେଲା ଜାଣନ୍ତୁ

Published By : Prameya-News7 Bureau | April 12, 2019 IST

wp:heading {"level":5}
ଆଜିକାଲି ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହା ଶୁଣି ଲୋକଙ୍କୁ ସହଜରେ ବିଶ୍ୱାସ କରିବା କଷ୍ଟକର ହେଉଛି। ଏହିଭଳି ଖବର ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଚମ୍ୱିତ ହୋଇଯିବେ। ଜଣେ ଦୋକାନୀ ଛୋଟ ଛୋଟ ଝିଅଙ୍କ ସହ ଅଶ୍ଳୀଳ ବ୍ୟବହାର କରିବାର ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଦିଲ୍ଲୀ ସ୍ଥିତ କରୋଲ ବାଗ ଅଞ୍ଚଳରେ । ଅଭିଯୋଗ ହେଲା ପରେ ପୋଲିସ ସଂପୃକ୍ତ ଦୋକାନୀକୁ ଗିରଫ କରିଛି।  
/wp:heading wp:heading {"level":5}
ସୂଚନାଯୋଗ୍ୟ ଯେ, ୨୫ ବର୍ଷ ବୟସର ଏହି ଅଭିଯୁକ୍ତ ନବୀନ କରୋଲ ବାଗ ଅଞ୍ଚଳରେ ଦୋକାନ ଚଳାନ୍ତି। ତେବେ ଦୋକାନକୁ ଯେତେବେଳେ ଛୋଟ ଛୋଟ ଝିଅ ଜିନିଷ ନେବାକୁ ଆସନ୍ତି ସେତେବେଳେ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରେ ନବୀନ । ଛୋଟ ଛୋଟ ଝିଅଙ୍କ ଡ୍ରେସ କାଢି ତାଙ୍କୁ ଦେଖୁଥାଏ ଓ ତାଙ୍କ ସହ ଖରାପ ବ୍ୟବହାର ମଧ୍ୟ କରେ। ଅଭିଯୁକ୍ତ ସେମାନଙ୍କୁ ଘରେ ଏସବୁ ବିଷୟରେ ନକହିବା ପାଇଁ ଡରାଇଥାଏ । ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ଝିଅ ଏହି ଘଟଣା ବିଷୟରେ ତା ମା ବାପାଙ୍କୁ କହିଥିଲେ। ତାକୁ ଦେଖି ଅନ୍ୟ ଝିଅମାନେ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଏହି ଘଟଣା ସଂପର୍କରେ କହିଥିଲେ। ସେମାନେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଥିଲେ। ଏହିଭଳି କାରନାମା କରିବା ଲୋକଙ୍କୁ କଠିନ ଦଣ୍ଡ ଦିଆ ଯିବା ଦରକାର ବୋଲି ଝିଅମାନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।
/wp:heading wp:heading {"level":5}
ଘଟଣା ବିଷୟରେ ଜାଣିଲା ପରେ ଜଣେ ଝିଅର ବାପା ନବୀନ ଦୋକାନରେ ଯାଇ ପହଞ୍ଚିଥିଲେ। ଦୋକାନରେ, ନବୀନର ଘର ଲୋକ ଝିଅର ବାପାକୁ ମାରପିଟ୍‌ କରିଥିଲେ। ମାମଲା ବଢିବା ପରେ ଝିଅମାନଙ୍କ ପରିବାରର ସଦସ୍ୟ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୫୪ରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତର ପରିବାର ଲୋକଙ୍କ ଅନୁସାରେ ନବୀନର ମସ୍ତିକ ବିକୃତି ଅଛି ଯାହା ଫଳରେ ସେ ଏଭଳି କାରନାମା କରିଥାଏ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.