ଲିଚୁ ଲାଇଟ୍‌ ଲଗାଉଥିବା ବେଳେ ବିଦ୍ୟୁତ ଆଘାତରେ ଦୋକାନୀ ମୃତ

Published By : Prameya-News7 Bureau | October 27, 2019 IST

ଭଦ୍ରକ- ଦୀପାବଳି ଉପଲକ୍ଷେ ଦୋକାନକୁ ଲିଚୁ ଲାଇଟ୍‌ରେ ସଜାଉଥିବା ବେଳେ ବିଦ୍ୟୁତ ଆଘାତରେ ଦୋକାନୀ ମୃତ । ମୃତକ ଜଣଙ୍କ ହେଉଛନ୍ତି ପ୍ରକାଶ ଓଝା । ପ୍ରକାଶ ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ପଦ୍ମପୁର ବଜାରରେ ତେଜରାତୀ ଦୋକାନ କରିଥିଲେ ।

ସେ ସନ୍ଧ୍ୟା ସମୟରେ ଲିଚୁ ଲାଇଟ୍‌ ଲଗାଉଥିବା ବେଳେ ବିଦ୍ୟୁତ୍‌ ଆଘାତ ପାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣ କରିଥିଲେ ।
ମାତ୍ର ୯ ମାସ ତଳେ ପ୍ରକାଶଙ୍କର ବିବାହ ହୋଇଛି । ତାଙ୍କ ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.