ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ମୁଣ୍ଡ ଓ ହାତକୁ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | September 22, 2021 IST

ଚଣ୍ଡିଖୋଲ ୨୨।୯: ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିକ୍ରମତିରଣ ପଞ୍ଚାୟତର ବିକ୍ରମତିରଣ ଗ୍ରାମର ବଳରାମ ଧଳ ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଆକ୍ରମଣ ହୋଇଛି । କେହି ଜଣେ ଦୁର୍ବୃତ୍ତ ବଳରାମଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ବଳରାମଙ୍କ ପାଖରେ ଥିବା ଟଙ୍କାକୁ ଦୁର୍ବୃତ୍ତ ନେଇ ଯାଇଥିଲେ ।

ବଳରାମଙ୍କ ମୁଣ୍ଡ ଓ ହାତକୁ ମରଣାସ୍ତ୍ରରେ ହାଣି ଦେଇଥିବାବେଳେ, ବଳରାମଙ୍କ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ପହଞ୍ଚିଥିଲେ । ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ବଳରାମଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବୁଧବାର ଏ ନେଇ ବଳରାମ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.