ସୋପିଆନ ଗୁଳି ବିନିମୟରେ ଯବାନଙ୍କୁ ବଡ ସଫଳତା, ଟଳିଲେ ୩ ଆତଙ୍କବାଦୀ
8/04/2021 at 10:58 PM

ଶ୍ରୀନଗର ୦୮।୦୪: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ-ଯବାନ ଗୁଳିବିନିମୟରେ ତିନି ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସୋପିଆନର ବାବା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତିର ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଅଞ୍ଚଳକୁ ଘେରି ଯାଇଥିଲେ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଏହି ସମୟରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ ଆରମ୍ଭ କରିଥିଲେ। ଯବାନ ପାଲଟା ଜବାବ ଦେବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଥିବା ବେଳେ ତିନି ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିନାହିଁ। ଏମାନେ କେଉଁ ସଂଗଠନର ତାର ସନ୍ଧାନ ଜାରି ରହିଛି।