Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅମାନିଆଙ୍କୁ ନିସ୍ତାର ନାହିଁ, ଗାଇଡଲାଇନ୍ ନମାନିଲେ ଦୋକାନ ହେବ ସିଲ୍

12/06/2020 at 3:40 PM

ବାଲିପାଟଣା, ୧୨|୦୬: କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରୁଛି । ଲୋକମାନଙ୍କର ଜୀବନ ଶୈଳୀ ଉପରେ ଏହା ଗୁରୁତର ପ୍ରଭାବ ପକାଇଛି । ଅନେକଙ୍କର ରୋଜଗାର ମଧ୍ୟ ଛଡେଇ ନେଇଛି କରୋନା। ଯେଉଁଥିପାଇଁ ଲକଡାଉନ୍ ୫.୦ ରେ କିଛିଟା କୋହଳ କରାଯାଇଛି । ମାତ୍ର ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏ ନେଇ ପୋଲିସ ଏବଂ ପ୍ରଶାସନ ବାରମ୍ବାର ସଚେତନ କରାଇଛନ୍ତି । ମାତ୍ର ଭୁବନେଶ୍ଵର ଉପକଣ୍ଠ ବାଲିପାଟଣାରେ କେତେକ ଦୋକାନୀ ଏବଂ ଗ୍ରାହକ ଏହାକୁ କର୍ଣ୍ଣପାତ କରୁନଥିବା ଦେଖିବାକୁ ମିଳିଛି ।

ବାଲିପାଟଣା ଥାନା ଅଧିକାରୀ ବାରମ୍ବାର ସତର୍କ କରାଇବା, ମାଇକରେ ପ୍ରଚାର କରି ସଚେତନ କରାଇବା ପରେ ମଧ୍ୟ କୋଭିଡ ଗାଇଡ୍ ଲାଇନ ମାନୁନାହାନ୍ତି କିଛି ଅମାନିଆ । ଏ ନେଇ ଥାନା ଅଧିକାରୀ ଚରମବାଣୀ ଶୁଣାଇଛନ୍ତି । ଦୋକାନୀ କିମ୍ବା ଗ୍ରାହକ କୋଭିଡ ଗାଇଡଲାଇନ୍ ନମାନଲେ ଏଥର ଗଣିବେ ଫାଇନ୍ । ଏପରିକି ଆବଶ୍ୟକ ସ୍ଥଳେ ଦୋକାନକୁ ସିଲ୍‌ ମଧ୍ୟ କରିଦିଆଯିବ ।

ରଜ ବଜାର ଥିବାରୁ ଡ୍ରେସ୍ ଦୋକାନ ଏବଂ ଷ୍ଟେସନାରୀ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଗ୍ରାହକ ସାମାଜିକ ଦୂରତା ଭୁଲି କିଣାକିଣିରେ ବ୍ୟସ୍ତ ରହୁଛନ୍ତି । ବ୍ୟବସାୟୀ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉ ନାହାନ୍ତି । ଗ୍ରାହକ ପାଇଁ ଯେପରି କିଛି ଲଗାମ୍ ନାହିଁ । ଏଥର କିନ୍ତୁ ସାମାଜିକ ଦୂରତା କିମ୍ବା ମାସ୍କ ନ ପିନ୍ଧିଲେ ଫାଇନ୍ ସହ ଦୋକାନ ସିଲ୍ ହୋଇପାରେ । ପୋଲିସ ପକ୍ଷରୁ ଅଠାନ୍ତର ବଜାରରେ କିଛି ଡ୍ରେସ୍ ଦୋକାନ ଉପରେ ଚଢାଉ କରାଯାଇଛି । ସମସ୍ତେ ସଚେତନ ହେବାକୁ ବାଲିପାଟଣା ଥାନା ଅଧିକାରୀ ଅଂଚଳ ବାସୀଙ୍କୁ ନିବେଦନ କରିଛନ୍ତି ।

   Related Posts