Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଲକ୍‌ଡାଉନ୍‌ ବେଳେ ଖୋଲିଥିଲେ , ସିଲ୍‌ ହେଲା ୫ଟି ଲୁଗା ଦୋକାନ

14/06/2021 at 12:37 PM

ଭୁବନେଶ୍ୱର ୧୪।୦୬: କଟକଣାକୁ ବେଖାତିର କରିବା ପଡିଲା ମହଙ୍ଗା । ଲକ୍‌ଡାଉନ୍‌ ବେଳେ ଦୋକାନା ଖୋଲି କରୁଥିଲେ ବେପାର । ବିଏମ୍‌ସି ଓ ବିଡିଏ ଏନଫୋର୍ସମେଣ୍ଟ ଟିମ୍‌ ପହଞ୍ଚି ଦୋକାନକୁ ସିଲ୍‌ କରାଯାଇଛି । ଏହାସହିତ ଦୋକାନୀମାନଙ୍କ ଠାରୁ ଫାଇନ୍‌ ମଧ୍ୟ ଆଦାୟ କରାଯାଇଛି ।

ଖବର ଅନୁଯାୟୀ, ଆଜି ପହିଲି ରଜ । ଏହି ଉପଲକ୍ଷେ କୋଭିଡ଼ କଟକଣା ମାନିବାକୁ ସରକାର ଅପିଲ୍‌ କରିଥିଲେ । ଏବେବି ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି । କିନ୍ତୁ ସମସ୍ତ ନିୟମକୁ ବେଖାତିର କରି ଡମଣା ହାଟରେ କିଛି ଦୋକାନ ଖୋଲିଥିଲା । ଏହାର ଖବର ପାଇଁ ପହଞ୍ଚିଥିଲା  ବିଏମ୍‌ସି ଓ ବିଡିଏ ଏନଫୋର୍ସମେଣ୍ଟ ଟିମ୍‌ । ଘଟଣାସ୍ଥଳରେ ପହଞ୍ଚି ଉକ୍ତ ୫ଟି କପଡା ଦୋକାନକୁ ସିଲ୍‌ କରିବା ସହ ଫାଇନ୍‌ ଆଦାୟ କରାଯାଇଛି । ମୋଟ ୭ହଜାର ଟଙ୍କାର ଫାଇନ୍‌ ଆଦାୟ କରିଛି ବିଏମ୍‌ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ୍‌ । କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହୋଇଛି ଦୋକାନ । ଲକଡାଉନ ବେଳେ ଦୋକାନ ଖୋଲି କରି ଲୁଗା ବିକ୍ରି କରୁଥିଲେ ଦୋକାନୀ ।

   Related Posts