ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ

Published By : Prameya-News7 Bureau | April 15, 2021 IST

ମାଲକାନଗିରି ୧୫।୪: ମାଲକାନଗିରି ଜିଲ୍ଲାରେ କରୋନା କଟକଣା ନମାନିବାରୁ ସିଲ୍ ହେଲା ଏକ ଫାଷ୍ଟ ଫୁଡ୍ ଦୋକାନ । ମାଲକାନଗିରି ତହସିଲ ଅଫିସ ସମ୍ମୁଖରେ ଥିବା ଏହି ଫାଷ୍ଟ ଫୁଡ୍ ସେଣ୍ଟରଟି ଜିଲ୍ଲା ପ୍ରଶାସନର କୌଣସି କଟକଣାକୁ ନମାନି ଦିନ ରାତି ଖୋଲୁଥିଲା । ଜନଗହଳିକୁ ଦେଖି ଜିଲ୍ଲା ପ୍ରଶାସନ ଏହି ଦୁଇଟି ଷ୍ଟଲକୁ ସିଲ୍ କରିଛି ।

{"id":438815,"width":839,"height":465,"sizeSlug":"large","linkDestination":"none"}

ଛତିଶଗଡରେ କରୋନା ମହାମାରୀର ଭୟାବହତା ଦେଖା ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପୂର୍ବରୁ ମାଲକାନଗିରି ଛତିଶଗଡ ସୀମାକୁ ସିଲ୍ କରିଛି । ହେଲେ ଛତିଶଗଡରେ ଥିବା ନିଜର ସଂପର୍କୀୟଙ୍କୁ ଆଉ ମାଲକାନଗିରି ନଡାକିବା ସହ କେହି ଛତିଶଗଡ ନଯିବା ଲାଗି ଜିଲ୍ଲା ପ୍ରଶାସନ ମାଇକ ଜରିଆରେ ପ୍ରଚାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.