ଆଗରେ ତାଲା, ପଛରେ ଖୋଲା : ଲୁଗା ଦୋକାନରେ ଚାଲିଥିଲା କିଣାବିକା, ସିଲ୍ କଲା ପ୍ରଶାସନ

Published By : Prameya-News7 Bureau | June 09, 2021 IST

ଚଣ୍ଡିଖୋଲ ୯।୬: ଲକଡାଉନ ନିୟମ ଉଲଘଂନ କରିବା ଅଭିଯୋଗରେ ଯାଜପୁର ଜାରକାଠାରେ ଥିବା ଜଗନ୍ନାଥ କ୍ଲଥ ଷ୍ଟୋରକୁ ସିଲ୍ କରିଛି ଧର୍ମଶାଳା ପୋଲିସ । ଲକଡାଉନ ସମୟରେ ଦୋକାନର ଆଗପଟେ ତାଲା ପକାଇ ପଛପଟେ ଗ୍ରାହକମାନେ ଦୋକାନ ଭିତରେ ପଶି ପୋଷାକ କିଣୁଥିଲେ । ଆଗକୁ ସାବିତ୍ରୀ ଓ ରଜ ପର୍ବ ଆସୁଥିବାରୁ ଦୋକାନୀ ପଛପଟ ଖୋଲା କରି ଗ୍ରାହକଙ୍କୁ ଦୋକାନ ଭିତରକୁ ଛାଡୁଥିଲେ ।

{"id":463531,"sizeSlug":"large","linkDestination":"none"}

ଖବର ପାଇଁ ଧର୍ମଶାଳା ପୋଲିସ ଦୋକାନରେ ପହଞ୍ଚି ଦୋକାନରୁ ଗ୍ରାହକଙ୍କୁ ବାହାର କରିଥିଲେ । ପରେ ଦୋକାନୀଙ୍କୁ ତାଗିଦ କରିବା ସହ ଦୋକାନକୁ ସିଲ୍ କରିଥିଲା ପୋଲିସ । ଗୋଟିଏ ପଟେ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ କମୁ ନଥିବା ବେଳେ ଅନ୍ୟପଟେ ଅମାନିଆଙ୍କ ଉପରେ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.