Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅମାନିଆଙ୍କ ବିରୋଧରେ ଆକ୍ସନ : କରୋନା କଟକଣା ମାନୁନଥିଲେ, ଦୋକାନ ସିଲ୍ କଲା ପ୍ରଶାସନ

16/09/2020 at 7:06 PM

ବ୍ରହ୍ମପୁର,୧୬ ।୦୯:  ରାଜ୍ୟରେ କରୋନା ଆତଙ୍କ ଜାରି ରହିଛି । କରୋନା କଟକଣା ସହ ସାମାଜିକ ଦୂରତା ପାଳନ କରିବା ପାଇଁ କଡା ନିର୍ଦ୍ଦେଶ ରହିଛି । ଏପରି ସ୍ଥଳେ ଅନେକ ସମୟରେ କୋଭିଡ୍ ନିୟମକୁ ଉଲଙ୍ଘନ କରାଯାଉଥିବା କେତେକ ସ୍ଥାନରେ ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ଆମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।

କୋଭିଡ୍ ନିୟମ ଉଲଂଘ୍ନ କରିବା ଅଭିଯୋଗରେ ବ୍ରହ୍ମପୁରର ବିଭିନ୍ନ ବଜାରରେ ପ୍ରଶାସନର ପକ୍ଷରୁ ଚଢାଉ କରାଯାଇଛି । ନିୟମ ଖିଲାପ କରିଥିବା ୧୨ଟି ଦୋକାନ ସିଲ୍ କରାଯାଇଛି  ।

ଗୋଟିଏ କଲ୍ଯାଣମଣ୍ଡପ ଏବଂ ୨ ଟି ମନ୍ଦିରକୁ ମଧ୍ୟ ସିଲ୍ କରାଯାଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ।ସହରର ବଡବଜାର,  ସାନବଜାର,  ଆସ୍କା ରୋଡ୍ ପ୍ରମୁଖ ବଜାରରେ ଏହି ଚଢାଉ ହୋଇଛି । ପଞ୍ଚସୂତ୍ରୀ ନିୟମକୁ ଉଂଲଘ୍ନ କରିଥିବା ଅଭିଯୋଗରେ ଦୋକନ ସବୁକୁ ସିଲ୍ କରାଯାଇଥିବା ସୂଚନା ମିଳିଛି ।

   Related Posts