ଜଳିଗଲା ଦୋକାନ, କେମିତି ଚଳିବ ପରିବାର…
27/05/2020 at 12:33 PM

ଆଠମଲ୍ଲିକ ୨୭।୦୫: ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ତୁରୁଡା ଗ୍ରାମରେ । ତୁରୁଡା ଗ୍ରାମରେ ବିଳମ୍ବିତ ରାତିରେ ରବିନାରାୟଣ ତ୍ରିପାଠୀ ଦୋକାନରେ ଅଚନାକ ନିଆଁ ଲାଗିଯାଇଥିଲା । ସଟ୍ ସର୍କିଟରୁ ନିଆଁ ଲାଗିଛି । ଯାହାଫଳରେ ଦୋକାନ ଘର ପୋଡି ପାଉଁଶ ହୋଇଯାଇଛି ।
ଅଗ୍ନିକାଣ୍ଡର ଖବର ପାଇଁ ଗ୍ରାମବାସୀ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭଭୟଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା । ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ରବିନାରାୟଣ । ଦୋକାନ ଜଳି ଯିବାରୁ ଏବେ ରବିନାରାୟଣ ତ୍ରିପାଠୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । କେମିତି ଚଲିବ ପରିବାର ସେ ଚିନ୍ତାରେ ରବିନାରାୟଣ ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021