ଜଣେ ଜଣେ ଗ୍ରାହକ ୪-୪ଟା ଟିଭି , କାଉଣ୍ଟର କ୍ଲର୍କର ବୁଡିଗଲା ହୋସ୍ : କାହିଁକି ଡକାହେଲା ପୋଲିସ

Published By : Prameya-News7 Bureau | January 13, 2020 IST

ଆପଣମାନେ କେତେବେଳେ ଭାବିଛନ୍ତି କି ଏକ ଭଲ ବ୍ରାଣ୍ଡର LED ଟିଭି ଯଦି ଆପଣଙ୍କୁ ୧୦ ଭାଗରୁ ଭାଗେ ଦାମ୍‌ରେ ମିଳିବ,  ତେବେ ଆପଣ କରିବେ କଣ? ୩୨ହଜାର ଟଙ୍କା ଦାମ୍‌ LEDଉପରେ ୨୪୫୦ ଟଙ୍କାର ଷ୍ଟିକର । ବଡବଚତ୍‌ ଖୁସିରେ ଗ୍ରାହକ । ତାପରେ ଯାହାହେଲା ତାହାହିଁ ଚମକ୍‌ଦାର ଖବର। ଏପରି ଘଟଣା ଦେଖିବାକୁ ମିଳିଥିଲା ଫ୍ରାନ୍ସର ଏକ ସପିଙ୍ଗ ମଲ୍‌ରେ ।

{"id":210674,"sizeSlug":"large"}

ସପିଙ୍ଗ ମଲ୍‌ରେ ୩୧୫୦୦ ଟଙ୍କା ଦାମ୍‌ର LED ଟିଭି ୨୪୫୦ଟଙ୍କାରେ ମିଳୁଛି ବୋଲି ଭୁଲରେ ଏକ ବୋର୍ଡରେ ଷ୍ଟିକର ଲାଗିଯାଇଥିଲା । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଫଟୋଟି ଭାଇରାଲ ହେବା ପରେ ଲୋକମାନେ ସପିଙ୍ଗ ମଲ୍‌ର ଠିକଣା ଖୋଜି ପହଞ୍ଚିଯାଇଥିଲେ ଟିଭି କିଣିବାକୁ । ଦେଖୁ ଦେଖୁ ଲୋକଙ୍କ ଭିଡ ଅଧିକ ଭାବେ ବଢିଯାଇଥିଲା ।

{"id":210675,"width":568,"height":432,"sizeSlug":"large"}

ସପିଙ୍ଗ ମଲ୍‌ ପହଞ୍ଚି ଲୋକମାନେ ନିଜ ସପିଙ୍ଗ ବାସ୍କେଟରେ ୪-୪ଟା ଲେଖାଏଁ LED ଟିଭି ଲୋଡ କରି କାଉଣ୍ଟରରେ ପହଞ୍ଚିଯାଇଥିଲେ । ସପିଙ୍ଗ ମଲ୍‌ର କର୍ମଚାରୀମାନେ ଗୋଟିଏ LED ଟିଭିର ଦାମ୍‌ ୩୨ହଜାର ଟଙ୍କା ବୋଲି କହିଥିଲେ , ଏହାପରେ ଉପସ୍ଥିତ ଥିବା ଗ୍ରାହକମାନେ କମ୍‌ ଦାମ୍‌ରେ ଟିଭି ନେବାକୁ ଦାବି କରିଥିଲେ । ଶସ୍ତା ଟିଭି କିଣିବାକୁ ଦୋକାନ ବା ସପିଙ୍ଗ ମଲ୍‌ରେ ଏତ ସଂଖ୍ୟକ ଲୋକଙ୍କୁ ଦେଖି ସପିଙ୍ଗ ମଲ୍‌ର ମାଲିକ ପୋଲିସକୁ ଖବର ଦେଇଥିଲେ । ମଲ୍‌ରେ ଥିବା ଗ୍ରାହକମାନଙ୍କୁ ମାଲିକ ବୁଝାଉଥିଲେ ଯେ, ଏହା ଭୁଲରେ ହୋଇଯାଇଛି । ଲୋକମାନେ ବୁଝିବାକୁ ନାରାଜ । ସେମାନେ ଶସ୍ତା ଦାମ୍‌ରେ LED ଟିଭି କିଣିବାକୁ ଦାବି ଦୋହରାଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଘଣ୍ଟା ମଧ୍ୟରେ ଦୋକାନ ଖାଲି କରିବାକୁ କହିବା ପରେ ଧୀରେ ଧୀରେ ଦୋକାନରୁ ଲୋକମାନେ ଚାଲିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.