ଦବିଗଲା ମାଟି, ଭାଙ୍ଗିଗଲା ଦୋକାନ ଘର

Published By : Prameya-News7 Bureau | August 24, 2020 IST

ବାଲେଶ୍ବର ୨୪।୮: ହଠାତ୍ ମାଟି ଦବି ଯିବାରୁ ଭାଙ୍ଗି ଗଲା ଦୋକାନ ଘର । ବାଲେଶ୍ବର ସହରର ସେଣ୍ଟ୍ରାଲ ସ୍କୁଲ ନିକଟରେ ଥିବା ମୁନ୍ସିପାଲିଟି ମାର୍କଟେ କମ୍ପ୍ଲେକ୍ସର ଦୋକାନ ଘର ଭାଙ୍ଗି ଯାଇଛି । ଶନିବାର, ରବିବାର ଥିଲା ସଟ୍ ଡାଉନ୍ । ଆଉ ଆଜି ଦୋକାନ ଖୋଲିବା ବେଳକୁ କାନ୍ଥ ତଳକୁ ଦବି ଯାଇଥିଲା । ୨୬ଟି ଦୋକାନ ଘର ମଧ୍ୟରୁ ୮ଟି ନଷ୍ଟ ହୋଇଯାଇଛି ।

{"id":319467,"sizeSlug":"large"}

ଅନ୍ୟ ଘର ଭାଙ୍ଗିଯିବା ଆଶଙ୍କା କରି, ଦୋକାନୀମାନେ ଘର ଖାଲି କରିଦେଉଥିବା ଦେଖିବାକୁ ମିଳିଛି । ଆଉ ଭାଙ୍ଗି ଯାଇଥିବା ଦୋକାନରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବ୍ୟବସାୟୀମାନେ କହିଛନ୍ତି । ତେବେ ମାଟି ଦବିବାର କାରଣ ଜଣା ପଡିନାହିଁ । ଆଗରୁ ଧୀରେ ଧୀରେ ଦବୁ ଥିଲା, ଆଉ ଏହି ଶନିବାର ରବିବାରରେ ଦୋକାନ ବନ୍ଦ ଥିବା ବେଳେ ହଠାତ୍ କାନ୍ଥ ତଳର ମାଟି ପୁରା ଦବିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.