ମେ ୨ ଯାଏଁ ବନ୍ଦ ରହିବ ସମସ୍ତ ଦୋକାନ, ଆସିକା ଚାମ୍ବର ଅଫ୍ କମର୍ସ ପକ୍ଷରୁ ନିଷ୍ପତ୍ତି

Published By : Prameya-News7 Bureau | April 25, 2021 IST

ବ୍ରହ୍ମପୁର ୨୫/୪: ସଂକ୍ରମଣର ଚେନ୍ ଭାଙ୍ଗିବାକୁ ସରକାର ଅନେକ ନିଷ୍ପତ୍ତି ନେଉଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତାକାଲିଠୁ ମେ ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଆସିକା ଚାମ୍ବର ଅଫ୍ କମର୍ସ । ମେଡିସିନ୍ ଷ୍ଟୋର ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ହୋଇଛି ନିଷ୍ପତ୍ତି । ଲୋକଙ୍କ ସୁବିଧା ପାଇଁ ହୋମ୍ ଡେଲିଭେରୀ ସେବା ଯୋଗାଇ ଦିଆଯିବ । ଆସିକା ଚାମ୍ବର ଅଫ୍ କମର୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବ ।

{"id":443783,"sizeSlug":"large","linkDestination":"none"}

ଏହାସହ ବ୍ରହ୍ମପୁର ସିଟି ମେଡିକାଲକୁ ତ୍ୟାଗପୂର୍ଣ୍ଣ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ କୋଭିଡ୍ ରୋଗୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଏବଂ ଗର୍ଭବତୀ କୋଭିଡ୍ ସଂକ୍ରମିତ ମହିଳାଙ୍କ ପାଇଁ ୨୫ ଶଯ୍ୟା ବିଶିଷ୍ଟ ଉଦ୍ଦିଷ୍ଟ ଥିବା ସ୍ଥିର ହୋଇଛି । ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିକିତ୍ସାର ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

wp:gallery {"ids":[443784],"linkTo":"none"} /wp:gallery

ସେହିଭଲି ସିଟି ମେଡିକାଲରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ବହିଃ ଚିକିତ୍ସା ଏବଂ ଆଇପିଡି ସେବା ବନ୍ଦ ରହିବ । ମେଡିକାଲକୁ ଡେଡିକେଟେଡ୍ କୋଭିଡ୍ ହେଲଥ୍ ସେଣ୍ଟର୍ ଭାବେ ଘୋଷଣା କରାଯାଇ ୧୨୫ ଟି ହେଡ୍ ର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.