୧୨ ବର୍ଷ ହେବ ଚାବି ପଡିଛି ଦୋକାନ ଘର

Published By : Prameya-News7 Bureau | August 11, 2018 IST

ସାଲେପୁର ୧୧/ ୮ :- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥା ଦ୍ବାରା କଟକ ଜିଲ୍ଲା ସାଲେପୁର ବହୁଗ୍ରାମ ଗ୍ରାମପଂଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମିତହୋଇଛି ଦୋକାନ ଗୃହ । ୨୦୦୬ମସିହରୁ ଏହି ଦୋକାନ ଘର ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । କିନ୍ତୁ ଦିର୍ଘ ୧୨ ବର୍ଷ ପରେବି ଏଯାଏ ତାହା ଲୋକଙ୍କ କାମରେ ଲାଗିପାରୁନି । ଆଗାମି ଦିନରେ ପ୍ରସଶନ ଏହି ଦୋକାନ ଗୃହ ଗୁଡିକୁ ଆବଣ୍ଟନ ପାଇଁ ପଦକ୍ଷେପ ନନେଲେ ଲୋକେ ରାସ୍ତାରୋକ ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି|ଦିର୍ଘ ୧୨ବର୍ଷ ହେଲା ଅବ୍ୟବହୃତ ହୋଇ ପଡି ରହିଛି ଦୋକାନ ଘର । ଗ୍ରାମରୋଜଗାର ଯୋଜନାରେ ଲୋକଙ୍କୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ କରିବାକୁ ଏହି ଦୋକାନ ସବୁ ନିର୍ମାଣ ହୋଇଥିଲା । କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସାଲେପୁର ବହୁଗ୍ରାମ ପଂଚାୟତ ପାଖରେ ଏହି ଦୋକାନ ଗୃହ ସବୁ ନିର୍ଣାଣ କରିଥିଲା । କିନ୍ତୁ ଦୋକାନ ଗୃହ ଗୁଡିକ ବ୍ୟବହାର ନହୋଇ ଚାବିପଡି ରହିଥିବାରୁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.