Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବ୍ୟବସାୟୀ ସଂଘର ନିଷ୍ପତ୍ତି, ଅପରାହ୍ନ ୫ଟା ପରେ ଦୋକାନ-ବଜାର ବନ୍ଦ

30/04/2021 at 12:40 PM

ଜି.ଉଦୟଗିରି ୩୦।୦୪: କରୋନା ସଂକ୍ରମଣକୁ ଦେଖି ବ୍ୟବସାୟୀ ସଂଘର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଜି.ଉଦୟଗିରି ସହରର ସମସ୍ତ ଦୋକାନ ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଏନେଇ ଜ.ଉଦୟଗିରି ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।  

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଜି.ଉଦୟଗିରି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ତେବେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଆଗକୁ ଆସିଛି ଜି.ଉଦୟଗିରି ବ୍ୟବସୀୟ ସଂଘ । ଆଜିଠାରୁ ସହରର ସମସ୍ତ ଦୋକାନ ବଜାରକୁ କଟକଣା ସହ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବା ବେଳେ ଏହି କଟକଣା ମେ ୧୫ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ । ଏହି କଟକଣା ସମୟରେ କେବଳ ମେଡିସିନ ଦୋକାନ ସଦାସର୍ବଦା ଖୋଲାରହିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ନେଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି ।

   Related Posts