ଗଦି ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଜିନିଷ

Published By : Prameya-News7 Bureau | August 04, 2019 IST

ଯାଜପୁର ୪|୮: ଯାଜପୁର ଜିଲ୍ଲା ବ୍ୟାସନଗର ବସଷ୍ଟାଣ୍ଡ ଗଦି ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଗଲାପରେ ବିଳମ୍ବିତ ରାତିରେ ଏନ.ବି. ସିରାଜୁଦ୍ଦିନଙ୍କ ଗଦି ଦୋକାନରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ଫଳରେ ଦୋକାନରେ ଥିବା ଫୋମ୍, ତୁଳା ଆଉ ରେକ୍ସିଂ ପାଖାପାଖି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ନଷ୍ଟ ହୋଇଯାଇଥିଲା । ତେବେ ଖବର ପାଇ ଯାଜପୁର ରୋଡ୍ ଦମକଳ ବିଭାଗର କର୍ମଚାରୀ ଆସି ନିଆଁକୁ ଲିଭାଇଥିଲେ । ତେବେ ଏନ.ବି. ସିରାଜୁଦ୍ଦିନଙ୍କ ଘର ବ୍ୟାସନଗର ସ୍ଥିତ ଅହମ୍ମଦ ନଗରରେ ହୋଇଥିବାବେଳେ ଦୀର୍ଘ ଦିନ ଧରି ସେ ଏଠାରେ ଦୋକାନ କରି ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.