ହୁତୁ ହୁତୁ ହୋଇ ଜଳିଲା ଦୋକାନ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

Published By : Prameya-News7 Bureau | August 26, 2020 IST

ବ୍ରହ୍ମପୁର ୨୬।୮: ବ୍ରହ୍ମପୁର ବଡ ବଜାର ସ୍ଥିତ ଏକ ସିଜନ୍ ଷ୍ଟୋରରେ ଅଗ୍ନିକାଣ୍ଡ ହୋଇଛି । ତିନି ମହଲା ବିଶିଷ୍ଟ ଦୋକାନର ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ ହୋଇଛି । ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୋ । ତେବେ ଅଗ୍ନିକାଣ୍ଡ ଫଳରେ ସେମିତି କିଛି ନଷ୍ଟ ହୋଇନଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.