Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସାବୁନ ନା ସାନିଟାଇଜର : କରୋନାରୁ ସୁରକ୍ଷିତ ରଖିବା ପାଇଁ କେଉଁଟି ଅଧିକ ପ୍ରଭାବୀ ଜାଣନ୍ତୁ

17/03/2020 at 1:09 PM

ଭୁବନେଶ୍ୱର ୧୭/୦୩ : ଚୀନର ବୁହାନ ସହରରେ ଜନ୍ମ ନେଇଥିବା ଭୟଙ୍କର ଭାଇରସ କରୋନା ଭାରତ ସହ ୧୫୪ ଦେଶରେ ବ୍ୟାପି ସାରିଲାଣି | ଏପର୍ଯ୍ୟନ୍ତ ପାଖାପାଖି ୧ ଲକ୍ଷ ୪୫ ହଜାର ଲୋକ ଏହାର ଶିକାର ହୋଇସାରିଲେଣି | ଏହି ଭୟଙ୍କର ଭାଇରସରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ଉପଦେଶ ଗ୍ରହଣ କରିବା ଆବଶ୍ୟକ | ସୁରକ୍ଷିତ ରହିବା ପାଇଁ ନିଜ ହାତକୁ ବାରମ୍ବାର ସାବୁନ କିମ୍ବା ସାନିଟାଇଜରରେ ଧୋଇବାକୁ ପରାମର୍ଶ ଦିଆଯାଇଛି | ଏହାକୁ ନେଇ ବର୍ତ୍ତମାନ ଏକ ନୂଆ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି | ଯୁକ୍ତି ହେଲା ଯେ ଭାଇରସରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେଉଁଟି ଅଧିକ ପ୍ରଭାବୀ, ସାବୁନ ନା ସାନିଟାଇଜର ?

ୟୁନିଭର୍ସିଟି ଅଫ ସାଉଥ ୱେଲ୍ସର ପ୍ରଫେସର ପଲ ଥାର୍ଡସନ ନିଜର ମତ ପ୍ରକାଶ କରିଛନ୍ତି | ଭାଇରସକୁ ନିଜକୁ ସୁରକ୍ଷିତ ପାଇଁ ସାବୁନ ଅଧିକ ଭଲ ବୋଲି ସେ କହିଛନ୍ତି | ଭାଇରସରେ ଉପସ୍ଥିତ ଲିପିଡ଼କୁ ସାବୁନ ସହଜରେ ମାରିଦେଇଥାଏ | ସାବୁନରେ ଫେଟି ଏସିଡ ଓ ସଲ୍ଟ ଭଳି ତତ୍ୱ ରହିଛି ଯାହାକୁ ଏମ୍ପିଫାଇଲ୍ସ କୁହାଯାଏ | ଏମ୍ପିଫାଇଲ୍ସ ଭାଇରସକୁ ନିଷ୍କ୍ରିୟ କରିଦେଇଥାଏ |

ପ୍ରାୟ ୨୦ ସେକେଣ୍ଡ ଯାଏଁ ହାତ ଧୋଇବା ଦ୍ୱାରା ଭାଇରସରେ ଉପସ୍ଥିତ ତତ୍ୱ ନଷ୍ଟ ହୋଇଯାଇଥାଏ | ଆପଣମାନେ ମଧ୍ୟ ଅନୁମାନ କରିଥିବେ ସାବୁନରେ ହାତ ଧୋଇବା ପରେ ହାତ ଟିକେ ଡ୍ରାଏ ହୋଇଯାଇଥାଏ | କାରଣ ସାବୁନ ଭିତର ଯାଏଁ ଯାଇ କୀଟାଣୁକୁ ନାଶ କରିଥାଏ | 

ଆସନ୍ତୁ ଜାଣିବା ସାନିଟାଇଜର କାହିଁକି ସାବୁନ ଭଳି ପ୍ରଭାବଶାଳୀ ନୁହଁ | ଜନ ହପକିନ୍ସ ୟୁନିଭର୍ସିଟିର ଏକ ରିସର୍ଚ୍ଚ ଅନୁଯାୟୀ, ଲିକ୍ୱିଡ଼ କିମ୍ବା କ୍ରିମ ଭଳି ସାନିଟାଇଜର କରୋନାରେ ଥିବା ଭୁତାଣୁକୁ ମାରିବା ପାଇଁ ସାବୁନ ଭଳି ସକ୍ଷମ ନୁହଁ | କରୋନା ଭାଇରସର ମୁକାବିଲା କେବଳ ସେହି ସାନିଟାଇଜର କରିପାରିବ ଯେଉଁଥିରେ ଆଲକହଲ ମାତ୍ରା ଅଧିକ ଥାଏ | କିନ୍ତୁ ସାଧାରଣ ଭାବେ ବ୍ୟବହାର ହେଉଥିବା ସାବୁନ ସାନିଟାଇଜର ତୁଳନାରେ ଅଧିକ ପ୍ରଭାବଶାଳୀ | 

   Related Posts