ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଦୋକାନ ସହ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
22/03/2020 at 9:45 AM

ଭଦ୍ରକ ୨୨।୩: ଅଗ୍ନିକାଣ୍ଡରେ ଜଳିଗଲା ଘର ଓ ଦୋକାନ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଓଲଙ୍ଗ ପଞ୍ଚାୟତର ସାରତୋଳା ଗାଁରେ ଅଗ୍ନିକାଣ୍ଡ ଘଟିଛି ।
ସୂଚନାଯୋଗ୍ୟ ଯେ, ସାରତୋଳା ଗାଁର ଧନେଶ୍ବର ବେହେରାଙ୍କ ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ପରେ ନିଆଁ ଘରକୁ ବ୍ୟାପିଯାଇଥିଲା । ଦୋକାନ ସହ ୩ ବଖରା ଘର ଜଳିଯାଇଥିବା ସୂଚନା ମିଳିଛି । ପରିବାର ଲୋକେ ସୌଭାଗ୍ୟକ୍ରମେ ସୁରକ୍ଷିତ ଘରୁ ବହାରି ଆସିଥିଲେ । ଭଦ୍ରକ ଅଗ୍ନିଶମ ବାହିନୀର ୨ଟି ଗାଡି ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।
Related Posts
ସ୍ତ୍ରୀ ସହ ଝଗଡା କରି ହାରିଲେ ଜୀବନ ! ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ
18 January 2021
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021