ପୋଲିସ ତଦନ୍ତରୁ ଖୁଲାସା: ଘରେ ଚାଲିଥିଲା ମୃତ୍ୟୁର ଖେଳ, ମୋବାଇଲ୍‌ରେ ଲାଇଭ ଦେଖୁଥିଲା ବିକାଶର ପତ୍ନୀ

Published By : Prameya-News7 Bureau | July 07, 2020 IST

ଲକ୍ଷ୍ନୌ ୦୭।୦୭: କାନପୁରରେ ଆଠ ପୋଲିସକର୍ମୀଙ୍କ ହତ୍ୟା ଘଟଣାରେ ଦିନକୁ ଦିନ ନୂତନ ଖୁଲାସା ହେବାରୋ ଲାଗିଛି। ଏବେ ପୋଲିସ୍‌ର ତଦନ୍ତରେ ଆଉ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି ଯେ, ବିକାଶ ଦୁବେ ଘଟଣା ପୂର୍ବରୁ ନିଜର ପତ୍ନୀଙ୍କୁ ସବୁ କିଛି ଜଣାଇ ଦେଇଥିଲା। ଆଉ କହିଥିଲା ଯେ, ଘଟଣା ଦିନ ରାତିରେ ଗାଁରେ କଣ କଣ ଘଟୁଛି ମୋବାଇଲରେ ଦେଖୁଥାଅ ବୋଲି ପତ୍ନୀକୁ କହିଥିଲା।

ଯାଞ୍ଚରେ ଏହା ମଧ୍ୟ ଜଣା ପଡିଛି ଯେ, ବିକରୁ ଗାଁରେ ସ୍ଥିତ  ବିକାଶ ଦୁବେ କୋଠାରେ ପ୍ରାୟ ୮ ସିସିଟିଭି କ୍ୟାମେରା ଲାଗିଥିଲା। ଏହି ସବୁ କ୍ୟାମେରାର ଆକ୍ସେସ୍‌ ବିକାଶ ଦୁବେ ଓ ତାର ପତ୍ନୀ ମୋବାଇଲରେ ଥିଲା। ସୂତ୍ର ଅନୁଯାୟୀ ଘଟଣା ପୂର୍ବରୁ ବିକାଶ ନିଜର ପତ୍ନୀଙ୍କୁ ରାତିରେ ଗାଁରେ କଣ କଣ ଘଟୁଛି ତାହା ମୋବାଇଲ୍‌ରେ ଦେଖିବାକୁ କହିଥିଲା।  ବିକାଶକୁ ବିପଦ ଥିଲା ଯେ, ତାରି ଘରେ ଚଢାଉ କରିବାକୁ ଆସୁଥିବା ପୋଲିସ୍ ଏନକାଉଣ୍ଟର ମଧ୍ୟ କରିପାରନ୍ତି। ତେଣୁ ନିଜ ଉପରେ ଯଦି ବିପଦ ଆସେ ତେବେ ସେ ଏହାର ସୂଚନା ନିଜ ଲୋକଙ୍କୁ, କିଛି ଅଧିକାରୀ ଏବଂ ନେତାଙ୍କୁ ଦେଇ ପାରିବ। ଯଦି ଏହା ପରେ ବି ଅଧିକ ବିପଦ ଦେଖାଦିଏ ତେବେ ସେ ନିଜେ ଫେରାର ମାରିବ ବୋଲି ଯୋଜନା ହୋଇଥିଲା।

{"id":297355,"sizeSlug":"large"}

ସୂତ୍ର ଅନୁଯାୟ, ପତ୍ନୀ ରିଚାଙ୍କ ମୋବାଇଲ୍‌ରେ ସିସିଟିଭି ଆକ୍ସେସ୍ ବ୍ୟତୀତ ରେକର୍ଡିଂ ସୁବିଧା ମଧ୍ୟ ଥିଲା। ଏହାର ସମ୍ଭାବନା ଅଧିକ ଯେ, ଘଟଣା ଦିନ ରିଚା ସିସିଟିଭି ଜରିଆରେ ସବୁ କିଛି ଦେଖିଥାଇ ପାରନ୍ତି। ଏହା ମଧ୍ୟ ହୋଇପାରେ ଯେ, ଘଟଣାର ଦୃଶ୍ୟ ମୋବାଇଲ୍‌ରେ ରେକର୍ଡିଂ ହୋଇଥାଇପାରେ। ପୋଲିସ୍‌ ପାଇଁ ଦୁଦେ ପତ୍ନୀଙ୍କ ମୋବାଇଲ୍‌ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ। ପୋଲିସ୍ ମାମଲାକୁ ସବୁ ଦିଗକୁ ଦୃଷ୍ଟିରେ ରଖି ଟିକିନିଖି ତଦନ୍ତରେ ଜୁଟିଛି, ଯଦ୍ଵାରା ଅଧିକ ସୂଚନା ମିଳିପାରିବ।

ଦ୍ଵିତୀୟତଃ ପୋଲିସ୍‌ ସନ୍ଦେହ କରୁଛି ଯେ, ତାରି ବିଭାଗର କିଛି ଲୋକ ଦୁବେକୁ ସବୁ ସୂଚନା ଦେଇଛନ୍ତି। ସଂପ୍ରତି ଏହାର ଯାଞ୍ଚ ଲକ୍ଷ୍ନୌ ଆଇଜିଙ୍କୁ ହସ୍ତାନ୍ତର କରାଯାଇଛି। ସେହି ଭାଇରାଲ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସିଓ, ଏସଏସପିଙ୍କୁ କହୁଛନ୍ତି ଯେ, ଥାନା ଅଧିକାରୀ ବିନୟ ତିଓ୍ଵାରୀ ତାଙ୍କ କଥା ଶୁଣୁ ନାହିଁ। କାନପୁରରେ ବିଲୋରର ସହିଦ ସିଓ ଦେବେନ୍ଦ୍ର ମିଶ୍ରଙ୍କ ମୋବାଇଲରୁ ମିଳିଥିବା ରେକର୍ଡିଂରେ ସ୍ପଷ୍ଟ ହୋଇଛି ଯେ, ସେ ଚୋବେପୁର  ଥାନାର ଅଧିକାରୀ ବିନୟ ତିଓ୍ଵାରୀ ବିରୋଧରେ ଏସଏସପି ଅନନ୍ତ ଦେବଙ୍କ ଠାରେ କରିଥିଲେ। ଏହା ପରେ ମଧ୍ୟ ଏସଏସପି ଅନନ୍ତ ଦେବ ବିନୟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଉଲ୍ଲେଖଯୋଗ୍ୟ, ବିକରୁ ଗାଁ ଘଟଣା ପେ ଥାନା ଅଧିକାରୀ ବିନୟ ତିଓ୍ଵାରୀକୁ ନିଲମ୍ବନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.