'ମୁଁ ପୋଲିସ ହେବି, ମୋ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବି' - ସର୍କଲ ଅଫିସର ଦେବେନ୍ଦ୍ର ମିଶ୍ରଙ୍କ ଝିଅର କୋହଭରା ଶପଥ

Published By : Prameya-News7 Bureau | July 06, 2020 IST

କାନପୁର ୦୬/୦୭ : କାନପୁର ସୁଟଆଉଟରେ ଶହୀଦ ହୋଇଥିବା ସିଓ ଦେବେନ୍ଦ୍ର ମିଶ୍ରଙ୍କ ଝିଅ ବୈଷ୍ଣବୀ ସୋମବାର ଦିନ ଏକ ବଡ ବୟାନ ଦେଇଛନ୍ତି | ବୈଷ୍ଣବୀ କହିଛନ୍ତି ଯେ ସେ ପୋଲିସରେ ଭର୍ତ୍ତି ହେବେ ଏବଂ ନିଜଙ୍କ ହତ୍ୟାର ପ୍ରତିଶୋଧ ନେବେ | ଏହି ହତ୍ୟାକାଣ୍ଡ ଏକ ବଡ ଷଡଯନ୍ତ୍ର ଥିଲା ବୋଲି ବୈଷ୍ଣବୀ କହିଛନ୍ତି | ଏବେ ସୁଦ୍ଧା ଯାହା ପ୍ରମାଣ ମିଳିଛି ତାହା ଅଲଗା କିଛି ଇସାରା କରୁଛି | ଏହି ମାମଲାର ଯାଞ୍ଚ ସିବିଆଇ କରିବା ଉଚିତ ଯେପରିକି ହତ୍ୟା ମାମଲାର ପର୍ଦାଫାଶ ହେବ ବୋଲି ବୈଷ୍ଣବୀ କହିଛନ୍ତି |

{"id":296808,"sizeSlug":"large"}

ସୂତ୍ର ଅନୁଯାୟୀ, ଶହୀଦ ଦେବେନ୍ଦ୍ର ମିଶ୍ର ଚୋବେପୁରର ନିଲମ୍ବିତ ଏସଏଚଓ ବିନୟ ତିୱାରୀଙ୍କୁ ହଟାଇବାକୁ ଉଚ୍ଚ ଅଧିକାରୀ ସୁପାରିଶ କରିଥିଲେ | କିନ୍ତୁ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା | ଶହୀଦ ସିଓ ନିଜ ରିପୋର୍ଟରେ ବିନୟ ତିୱାରୀଙ୍କ ଦୁର୍ନୀତି ସମ୍ପର୍କରେ ଦର୍ଶାଯାଇଥିଲା | ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ଏସଏସପିଙ୍କୁ ଲେଖିଥିବା ପତ୍ରରେ ଶହୀଦ ଦେବେନ୍ଦ୍ର ମିଶ୍ର ବିକାଶ ଦୁବେ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚୋବେପୁର ଥାନା ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା | କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଦେବେନ୍ଦ୍ର ମିଶ୍ର ଏସଏସପି ପତ୍ର ଲେଖି ଜଣାଇଥିଲେ | ପତ୍ରରେ ସେ ଲେଖିଥିଲେ ଯେ ଥାନା ଅଧ୍ୟକ୍ଷ ବିନୟ ତିୱାରୀଙ୍କ କୁଖ୍ୟାତ ଅପରାଧୀ ବିକାଶ ଦୁବେ ପାଇଁ ସହାନୁଭୂତି ତାଙ୍କ କାର୍ଯ୍ୟାନିଷ୍ଠା ଉପରେ ପ୍ରଶ୍ନ ଛିଡା କରୁଛି | ପୂର୍ବରୁ ମଧ୍ୟ ବିନୟ ତିୱାରୀ ବିକାଶ ଦୁବେ ଘରକୁ ଯିବା ଆସିବା କରୁଥିବା ସୂଚନା ମିଳିଥିଲା | ସେ ପତ୍ରରେ ଆହୁରି ଲେଖିଥିଲେ ଯେ ଯଦି ଥାନା ଅଧ୍ୟକ୍ଷ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ନ କରନ୍ତି ତାହେଲେ ଆଗକୁ ଗମ୍ଭୀର ଘଟଣା ଘଟିପାରେ |

{"id":296803,"sizeSlug":"large"}

ସୁଟଆଉଟରେ ଏସଏଚଓ ବିନୟ ତିୱାରୀଙ୍କ ଭୂମିକାକୁ ନେଇ ସନ୍ଦେହ କରିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି | ଏହାସହ ଚୋବେପୁରର ଦୁଇ କନେଷ୍ଟବଳ ଓ ଆଉ ଜଣେ ସିପାହୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି | ଏମାନେ ଅପରାଧୀ ବିକାଶ ଦୁବେ ସମ୍ପର୍କରେ ଥିବା ଅଭିଯୋଗ ହୋଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.