ଫୁଟବଲ୍ ମ୍ୟାଚ ଚାଲିଥିବା ସମୟରେ ଗୁଳିବର୍ଷଣ, ୪ ଦର୍ଶକଙ୍କ ମୃତ୍ୟୁ

Published By : Prameya-News7 Bureau | November 18, 2019 IST

କାଲିଫର୍ଣ୍ଣିଆ୧୮/୧୧: ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଫ୍ରେସ୍‌ନୋ​‌ରେ ଫୁଟଫୁଲ୍‌ ମ୍ୟାଚ୍ ଚାଲିଥିବା ସମୟରେ ଗୁଳି ବର୍ଷଣ ହୋଇଛି। ଏଥିରେ ଚାରିଜଣ ଦର୍ଶକଙ୍କ ମୃତ୍ୟୁ ହୋଇଛି। ଅନେକ ଦର୍ଶକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫାୟାରିଂରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା କଥା ଫ୍ରେସ୍ନୋ ପୋଲିସ ସୂଚନା ଦେଇଛି।

wp:core-embed/twitter {"url":"https://twitter.com/ANI/status/1196314792568348673","type":"rich","providerNameSlug":"twitter","className":""}
https://twitter.com/ANI/status/1196314792568348673
/wp:core-embed/twitter

ଫ୍ରେସ୍‌ନୋ ପୋଲିସର ମୁଖପାତ୍ର ବିଲ୍‌ ଡୋଲେଲୀ କହିଛନ୍ତି ଯେ ସ୍ଥାନୀୟ ଜଣେ ଯୁବକ ଫୁଟବଲ ମ୍ୟାଚ ଦେଖିବା ପାଇଁ ସାଙ୍ଗ ଓ ସଂପର୍କୀୟଙ୍କୁ ନେଇ ଆସିଥିଲେ। ଏହି ସମୟରେ ୧୦ ଜଣ ଅଜ୍ଞାତ ବ୍ୟକ୍ତି ଆସି ପଛ ପାଖରୁ ଅଚାନକ ଗୁଳିବର୍ଷଣ ଆରମ୍ଭ କରି ଦେଇଥିଲେ। ସାଙ୍ଗ ଓ ସଂପର୍କୀୟଙ୍କୁ ନେଇ ଆସିଥିବା ବ୍ୟକ୍ତିଙ୍କ ପରିବାର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାରିଜଣଙ୍କ ଶବକୁ ଉଦ୍ଧାର କରିଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯିବ ବୋଲି ଫ୍ରେସ୍ନୋ ପୁଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.