ଦିଲ୍ଲୀରେ CAA ବିରୋଧୀ ବିକ୍ଷୋଭ ଉପରକୁ ଛାତ୍ରଙ୍କ ଗୁଡିମାଡ, ଜାଣନ୍ତୁ ଗୁଳି ଚଳାଇବା ପୂର୍ବରୁ କହିଥିଲେ କ'ଣ?

Published By : Prameya-News7 Bureau | January 30, 2020 IST

ନୂଆଦିଲ୍ଲୀ ୩୦।୧: ନାଗରିକ ସଂଶୋଧିତ ଆଇନ (ସିଏଏ)କୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ଓ ପ୍ରଦର୍ଶନ ଥମିବାର ନାଁ ନେଉନି। ଏଥିରେ ଶାହିନ ବାଗ୍ ନୂଆ ସମସ୍ୟା ହୋଇ ଉପୁଜିଛି। ଏହି କ୍ରମରେ ଗୁରୁବାର ଜାମିଆରୁ ରାଜଘାଟ ପର୍ଯ୍ୟନ୍ତ ବାହାରିଥିବା ଏକ ବିରୋଧ ଶୋଭାଯାତ୍ରା ଉପରକୁ ଜଣେ ବିଦ୍ୟାଳୟ ଛାତ୍ରଗୁଳି ଚଳାଇବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶୋଭାଯାତ୍ରାକୁ ବିପରୀତ ଦିଗରୁ ଆସି ଅଟକାଇବା ସହ ଛାତ୍ର 'ଆସ ମୁଁ ତୁମମାନଙ୍କୁ ସ୍ୱାଧୀନ କରିଦେଉଛି' କହି ଗୁଳିଚଳାଇଥିଲା। ଉପସ୍ଥିତ ସୁରକ୍ଷା କର୍ମୀମାନେ ତାକୁ ତୁରନ୍ତ କାବୁ କରିନେଇଥିଲେ। ତେବେ ଛାତ୍ରଙ୍କ ଏଭଳି ଅପ୍ରତ୍ୟାସୀତ କାଣ୍ଡରେ ଜଣେ ବିକ୍ଷୋଭକାରୀ ଆହତ ହୋଇଛନ୍ତି।

{"id":217921,"sizeSlug":"large"}

ପୋଲିସ ଛାତ୍ରଙ୍କୁ ଥାନାକୁ ନେଇ ପଚରା ଉଚରା ଚଳାଇଛି। ସେ ଏକ ସ୍କୁଲ ଛାତ୍ର ହୋଇଥିବା ବେଳେ ତାର ବୟସ ୧୮ ବର୍ଷବି ହୋଇନଥିବା ଜଣାପଡିଛି। ତ୍ରିରଙ୍ଗା ଯାତ୍ରାବେଳେ ପ୍ରାଣ ହରାଇଥିାବ ଛାତ୍ର ଚନ୍ଦନର ପ୍ରତିଶୋଧ ଲାଗି ସେ ଏପରି କାଣ୍ଡ ଭିଆଇଛି। ତେବେ ବିକ୍ଷୋଭ ଉପରକୁ ଛାତ୍ରର ଗୁଳିମାଡ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ମିଳିସାରିଥିବା ବେଳେ ସେମାନେ ଚିନ୍ତିତ ହୋଇପଡିଛନ୍ତି।

{"id":217922,"width":584,"height":438,"sizeSlug":"large"}

ଗିରଫ ଛାତ୍ରର ସୋସିଆଲ ମିଡିଆ ଆକାଉଣ୍ଟ ପୋଲିସ ଖଙ୍ଗାଳିଥିବା ବେଳେ ସେ ରାଜଧାନୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ଓ ବିକ୍ଷୋଭ ଯୋଗୁ ଖୁବ୍ ଅସନ୍ତୁଷ୍ଟ ଥିଲା ବୋଲି ଜଣାପଡିଛି। କେବଳ ବିକ୍ଷୋଭ ନୁହେଁ ସେ ଶାହିନ ବାଗ୍ ବିରୋଧକୁ ମଧ୍ୟ ସମାପ୍ତ କରିଦେବ ବୋଲି ତା ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଛାତ୍ର ଯେଉଁ ଶୋଭାଯାତ୍ରା ଉପରକୁ ଗୁଳିମାଡ କରିଥିଲା ତାହା ଏକ ଅବୈଧ ବିକ୍ଷୋଭ ଥିଲା ବୋଲି ଏବେ ଜଣାପଡିଛି।

{"id":217923,"width":580,"height":325,"sizeSlug":"large"}

ଜାମିଆ ରାଜଘାଟ ମାର୍ଚ୍ଚ ଲାଗି ପୋଲିସର ଅନୁମତି ନଥିଲା। ଏହା ସତ୍ତ୍ୱେ ଲୋକେ ବିରୋଧ ଶୋଭାଯାତ୍ରା ଆୟୋଜନ କରିଥିବା ବେଳେ ସ୍କୁଲକୁ ଯାଉଥିବା କହି ଘରୁ ବାହାରି ଯାଇଥିବା ଅସନ୍ତୁଷ୍ଟ ଛାତ୍ର ସମ୍ମୁଖରେ ପଡିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସ ଘଟଣା ଉପରେ କଡା ନଜର ରଖିଛି। ଛାତ୍ର ପରିଚୟ ଗୋପନୀୟ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.