ବିନା ଅନୁମତିରେ ହେଉଥିବା ଫିଲ୍ମ ମିମିର ଶୁଟିଂ ହେଲା ବନ୍ଦ, ଜବତ ହେଲା ଜିନିଷ

Published By : Prameya-News7 Bureau | November 15, 2019 IST

ପାଟଣା୧୫|୧୧: କୋତୱାଲୀ ପୋଲିସ ପ୍ରଶାସନର ଅନୁମତି ନନେଇ ସହରରେ ହେଉଥିବା ଫିଲ୍ମ ଶୁଟିଂ ଅଟକାଇ ଫିଲ୍ମ ସେଟର ଜିନିଷ ଜବତ କରିଛି ପାଟଣା ପୋଲିସ । ଲିଙ୍କ ରୋଡ ନିକଟରେ ଥିବା ଶାରଦା ସ୍କୁଲ ପାଖରେ ଥିବା ଏକ ବିଲ୍ଡିଂରେ ଅଭିନେତ୍ରୀ କୃତି ସାନନଙ୍କ ସହ ଶୁଟିଂ ଚାଲୁଥିଲା। ପୋଲିସକୁ ଏହି ସୂଚନା ମିଳିବା ପରେ ଜିଲ୍ଲାପାଳ ସନ୍ଦେଶ ନାୟକ ଏସପିଙ୍କୁ ଏହି ବିଷୟରେ ଜଣାଇଥିଲେ। ବିନା ଅନୁମତି ନେଇ ଶୁଟିଂ ହେଉଥିବାରୁ ଏସପି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

{"id":184604,"sizeSlug":"large"}

ପୋଲିସ ଟିମ ସେଠାରେ ପହଞ୍ଚି ଶୁଟିଂ ଅଟକାଇଥିଲେ। ଏହା ସହ ଶୁଟିଂ ସେଟର ସବୁ ସାମଗ୍ରୀ ଜବତ ମଧ୍ୟ କରାଯାଇଥିଲା। ଏବେ ଅନୁମତି ନେବା ପରେ ସେହି ସ୍ଥାନରେ ଶୁଟିଂ ଆରମ୍ଭ ହୋଇପାରିବ।

{"id":184606,"sizeSlug":"large"}

ଜିଲ୍ଲାପାଳଙ୍କ କହିବା ଅନୁସାରେ କୌଣସି ଫିଲ୍ମ ଶୁଟିଂ ପାଇଁ କେହି ଅନୁମତି ଦେଇନାହାନ୍ତି। ପ୍ରଶାସନକୁ ଏହି ବିଷୟରେ କେହି ଜଣାଇ ନଥିଲେ।  ଏଥିପାଇଁ ବିନା ଅନୁମତିରେ କେହି କୌଣସି ସ୍ଥାନରେ ଶୁଟିଂ କରିପାରିବେ ନାହିଁ। ଏହା ପୂର୍ବରୁ ଅନୁମତି ନେବା ନିହାତି ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.