Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଫିଲ୍ମ ‘ଏକ୍ ଭିଲେନ୍ ରିଟର୍ନସ୍’ ର ସୁଟିଂ ବନ୍ଦ କଲା ପୋଲିସ୍ , କରୋନା ପ୍ରୋଟୋକଲ୍ ଯୋଗୁଁ ନେଲା ପଦକ୍ଷେପ

6/03/2021 at 1:46 PM

ନୂଆଦିଲ୍ଲୀ ୦୬/୦୩: ଗତ ବର୍ଷ ୨୦୨୦ ରେ କରୋନା ମହାମାରୀ ଯୋଗୁଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତଙ୍କର କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ସମସ୍ତ ଫିଲ୍ମ ସୁଟିଂ ମଧ୍ୟ ବାତିଲ୍ କରିବାକୁ ପଡିଥିଲା । ଏଥି ସହିତ, ଯେଉଁ ଷ୍ଟାରମାନେ କ୍ରମାଗତ ଭାବରେ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ, ସେମାନଙ୍କୁ ମଧ୍ୟ ଘରେ ବସିବାକୁ ପଡିଥିଲା । ନୂଆ ବର୍ଷ ଆରମ୍ଭ ହେବାପରେ ଷ୍ଟାରମାନେ ମଧ୍ୟ ନିଜ କାମକୁ ଫେରିଥିଲେ ।  ତେବେ ଆଜିକାଲି ଫିଲ୍ମ ‘ଏକ ଭିଲେନ୍ ରିଟର୍ନସ’ର ସୁଟିଂ ଚାଲିଛି । କିନ୍ତୁ ଏଥି ମଧ୍ୟରେ ଫିଲ୍ମ ସୁଟିଂକୁ ନେଇ କିଛି ସମସ୍ୟା ଦେଖାଦେଇଛି । କରୋନା ଭ୍ୟାକ୍ସିନ୍ ଆସିଯାଇଥିଲେ ସୁଦ୍ଧା ଏବେବି ମହାମାରୀ ତାର କାୟା ବିସ୍ତାର କରି ଚାଲିଛି । ଏଭଳି ପରିସ୍ତିତିରେ କରୋନା ପ୍ରୋଟୋକଲ୍ ଅନୁସରଣ କରିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ଫିଲ୍ମର ସୁଟିଂ ସମୟରେ କରାଯାଇ ନଥିଲା । ସୂଚନା ଅନୁଯାୟୀ, କରୋନା ନିୟମ ପାଳନ ନକରିବାରୁ ପୋଲିସ ଏହି ଫିଲ୍ମ ସୁଟିଂ ବନ୍ଦ କରିଛି ।

पुलिस ने रोकी 'Ek Villian Returns' की शूटिंग, कोरोना प्रोटोकॉल के चलते उठाया कदम

ଅଭିନେତ୍ରୀ ଦିଶା ପାଟନୀ ତାଙ୍କ ଇନଷ୍ଟାଗ୍ରାମ୍ ରେ ଫିଲ୍ମ ସେଟ୍ ରୁ ଫଟୋ ସେୟାର କରିଥାନ୍ତି ।  ଏହି ଫିଲ୍ମ ସୁଟିଂ ଆରମ୍ଭ ହେବାର ସୂଚନା ଦିଶା ମଧ୍ୟ ଦେଇଥିଲେ । ସେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ତାଙ୍କୁ କଳା ରଙ୍ଗର ହୁଡିରେ ଦେଖିବାକୁ ମିଳିଥିଲା ​​। ତାଙ୍କ ହୁଡିରେ ‘ଏକ ଭିଲେନ୍ ରିଟର୍ନସ୍’ ଲେଖାଯାଇଥିଲା ।

ଏହି ଫିଲ୍ମଟି ‘ଏକ ଭିଲେନ୍’ର ଦ୍ୱିତୀୟ ପାର୍ଟ । ଏହି ଫିଲ୍ମରେ ଏକତା କପୁର, ଦିଶା ପାଟନୀ, ଜନ୍ ଅବ୍ରହାମ, ଅର୍ଜୁନ କପୁର ଏବଂ ତାରା ସୂତରିଆଙ୍କୁ ଦେଖିବାକୁ ମିଳିବ । କୁହାଯାଉଛି ଫିଲ୍ମ ‘ଏକ ଭିଲେନ୍ ରିଟର୍ନସ୍’ ଫେବୃଆରୀ ୧୧, ୨୦୨୨ ରେ ରିଲିଜ୍ ହେବ ।

   Related Posts