ଋଷର ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ, ୮ ମୃତ ଓ ୧୪ ଆହତ

Published By : Prameya-News7 Bureau | September 20, 2021 IST

ଋଷ ୨୦/୦୯: ଋଷର ଏକ ବିଶ୍ୱବିଦ୍ୟାଳୟରେ ଆତତାୟୀଙ୍କ ଆତଙ୍କରାଜ । ଆଖିବୁଜା ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ । ତେବେ ଏଥିରେ ୧୪ ଜଣ ମଧ୍ୟ ଆହତ ହୋଇଛନ୍ତି । ଋଷର ପର୍ମ ସ୍ଥିତ ପରମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଗୁଳିମାଡ କରିଛନ୍ତି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଛାତ୍ର ଓ ଶିକ୍ଷକମାନେ କୋଠରୀରେ ନିଜକୁ ତାଲା ପକାଇ ଦେଇଥିଲେ ।

ଏହାସହ କିଛି ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ । ଗୋଟିଏ ଆଶ୍ୱସ୍ତିକର କଥା ହେଉଛି ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି । ମୃତ ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଋଷର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏହା ପୂର୍ବରୁ କହିଛି ଯେ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କ ମୃତ୍ୟୁ ଖବର ଆସିଥିଲା ।

ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗୁଳି ବିନିମୟରେ କିଛି ଲୋକ ଆହତ ହୋଇଛନ୍ତି । ଏହାସହ ବିଲଡିଂରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟ ଆଉ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.