Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଆମେରିକା ସେନ୍ ଜୋସରେ ଗୁଳିମାଡ : ୮ ଜଣଙ୍କ ମୃତ୍ୟୁ, ଆତତାୟୀ ବି ନିହତ

27/05/2021 at 7:44 AM

କାଲିଫର୍ଣ୍ଣିଆ ୨୭/୫: ଆମେରିକାର ସେନ ଜୋସରେ ଥିବା ଏକ ରେଲୟାର୍ଡରେ ଗୁଳି ବିନିମୟ । ଏଥିରେ ଆଠ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ସନ୍ଦୀଗ୍ଧ ଅର୍ଥାତ ଗୁଳିଚଳାଇଥିବା ବ୍ୟକ୍ତିଙ୍କ ବି ମୃତ୍ୟୁ ହୋଇଛି । ସାଣ୍ଟା କ୍ଲାରା କାଉଣ୍ଟି ସରିଫ୍ ମୁଖପାତ୍ର ଡେପୁଟି ରସେଲ ଡେଭିସ୍ ଏହି ସୂଚନା ଦେଇଛନ୍ତି । ତେବେ ମୃତ୍ୟୁ ହୋଇଥିବା ସନ୍ଦୀଗ୍ଧଙ୍କ କୌଣସି ପରିଚୟ ମିଳିପାରିନି ।

ସରିଫ ମୁଖପାତ୍ର କହିଛନ୍ତି ଯେ ସିଲିକନ୍ ଭ୍ୟାଲିର ଏକ ରେଲୟାର୍ଡ ଏକ ଗମନାଗମନ ନିୟନ୍ତ୍ରଣ କେନ୍ଦ୍ର । ଯେଉଁଠାରେ ଟ୍ରେନ୍ ଛିଡା ହୁଏ ଏବଂ ରକ୍ଷଣାବେକ୍ଷଣ ମଧ୍ୟ ହୋଇଥାେ । ଡେଭିସ୍ କହିଛନ୍ତି ଯେ ଆହତଙ୍କ ମଧ୍ୟରେ ଏଠାକାର କିଛି କର୍ମଚାରୀ ମଧ୍ୟ ଅଛନ୍ତି । VTA ସାନ୍ତା କ୍ଲାରା କାଉଣ୍ଟିରେ ବସ୍, ହାଲୁକା ରେଳ ଏବଂ ଅନ୍ୟାନ୍ୟ ଗମନାଗମନ ସେବା ଯୋଗାଏ । କାଉଣ୍ଟି ବାଇ ଅଞ୍ଚଳରେ ସବୁଠାରୁ ବଡ ଏବଂ ସିଲିକନ୍ ଭ୍ୟାଲିର ସ୍ଥାନ ଅଟେ ।

ସେନ୍ ଜୋସ୍ ମେୟର ସାମ ଲିକକାର୍ଡୋ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଭୟଙ୍କର ଗୁଳି ବିନିମୟରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଆମର ସମବେଦନା ରହିଛି । ରାଜ୍ୟପାଳ ଗାଭିନ ନ୍ୟୁଜମ ଟ୍ୱିଟରରେ କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟ ସ୍ଥାନୀୟ ଆଇନ ଶୃଙ୍ଖଳା ସହ ଘନିଷ୍ଠ ସମ୍ପର୍କରେ ଅଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

   Related Posts