Tuesday, January 21, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଙ୍ଗିଗଲା ଟୋକିଓ ଅଲମ୍ପିକ ସ୍ବପ୍ନ ! ଡୋପ୍ ଟେଷ୍ଟରେ ବିଫଳ ହେଲେ ସୁଟର ରବି କୁମାର ଓ କୁସ୍ତିଯୋଦ୍ଧା ସୁମିତ ସାଙ୍ଗଓ୍ବାନ

ନୂଆଦିଲ୍ଲୀ ୧୧।୧୨: ଟୋକିଓ ଅଲମ୍ପିକ ପୂର୍ବରୁ ଭାରତକୁ ଦୁଇଟି ଝଟକା । ଭାରତର ଦୁଇ ଆଥଲେଟିକ ସୁଟର ରବି କୁମାର ଓ କୁସ୍ତି ଖେଳାଳି ସୁମିତ ସାଙ୍ଗଓ୍ବାନଙ୍କ ଉପରେ ପ୍ରତିବନ୍ଧିତ ଲଗାଇଛନ୍ତି ୱାର୍ଲଡ ଆଣ୍ଟି ଡୋପିଙ୍ଗ ଏଜେନ୍ସୀ (WADA) ।  

ସୂଚନାଯୋଗ୍ୟ ଯେ, ଟୋକିଓ ଅଲମ୍ପିକ ଆରମ୍ଭ ହେବାକୁ ଆଉ ସାତ ମାସ ବାକି ରହିଛି । କିନ୍ତୁ ଏହା ପୂର୍ବରୁ ଦୁଇଜଣ ଭାରତୀୟ ଆଥଲେଟିକ ସୁଟର ରବି କୁମାର ଓ କୁସ୍ତିଯୋଦ୍ଧା ସୁମିତ ସାଙ୍ଗଓ୍ବାନ ଟୋକିଅ ଅଲମ୍ପିକରୁ ବାଦ ପଡିଛନ୍ତି । ଡୋପ ଟେଷ୍ଟରେ ଦୁଇଜଣଙ୍କୁ ପଜିଟିଭି ପାଇଛି ୱାର୍ଲଡ ଆଣ୍ଟି ଡୋପିଙ୍ଗ ଏଜେନ୍ସୀ (WADA) ।

୨୯ବର୍ଷିୟ ରବି ବନ୍ଧୁକଚାଳନାରେ କମନଓ୍ବେଲଥ ଗେମ୍ସରେ କାଂସ୍ୟ ପଦଜ ଜିତିଥିଲେ । ସେହିପରି ୨୬ବର୍ଷୀୟ ସୁମିତ ସାଙ୍ଗଓ୍ବନ ୨୦୧୭ ଏସିଆନ ଚାମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି । ସୁମିତ ସାଙ୍ଗଓ୍ବାନ acetazolamide ନାମରେ ଏକ ପଦାର୍ଥ ସେବନରେ କରୁଥିଲେ, ଯାହାକି ଡୋପ୍ ଟେଷ୍ଟ ପଜିଟିଭ ଆସିଛି । ଯାଞ୍ଚ ରିପୋର୍ଟ ଆସିବା ପରେ ଦୁଇଜଣଙ୍କୁ ପ୍ରତିବନ୍ଧିତ ଲଗାଇଛନ୍ତି WADA । ଦୁଇଜଣଙ୍କ ଟୋକିଓ ଅଲମ୍ପିକ ୨୦୨୦ ଖେଳିବାର ସମ୍ଭାବନା କମ୍ ରହିଛି ବୋଲି ଅନୁମାନ କରାଯାଉଛି

178 Views

   ସମ୍ବନ୍ଧିତ ଖବର


Loading...