କରୋନାରେ ପ୍ରାଣ ହରାଇଲେ ‘ଶୁଟର ଦାଦି’ ନାଁରେ ପରିଚିତ ଚନ୍ଦ୍ରୋ ତୋମାର

Published By : Prameya-News7 Bureau | April 30, 2021 IST

ବାଗପତ ୩୦/୪: ଉତ୍ତରପ୍ରଦେଶ, ବାଗପତର ବହୁ ଚର୍ଚ୍ଚିତ ସାର୍ପ ଶୁଟର ଦାଦି ଚନ୍ଦ୍ରୋ ତୋମାରଙ୍କ ପରଲୋକ। କରୋନାରେ ସଂକ୍ରମିତ ଥିବା ଚନ୍ଦ୍ରୋ ତୋମାର ଗତ କିଛି ଦିନ ହେଲା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। 

ରାଜ୍ୟ ତଥା ଜାତୀୟ ସ୍ତରରେ ଶୁଟିଂରେ ଅନେକ ପଦକ ଜିତିଥିବା ଦାଦି ବହୁ ଲୋକପ୍ରିୟ ଥିଲେ। ଦାଦି ବାଗପତର ଜୋହଡୀ ଗାଁର ବାସିନ୍ଦା ଥିଲେ। ଶୁଟର ଦାଦି ନାଁରେ ଲୋକପ୍ରିୟତ ପାଇଥିବା ସାର୍ପ ଶୁଟର ଚନ୍ଦ୍ରୋ ତୋମାର କରୋନା ଲଢ଼େଇରେ ହାରି ଯାଇଛନ୍ତି।

କିଛି ଦିନ ପୂର୍ବରୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୮୯ ବର୍ଷୀୟ ଦାଦି କରୋନାରେ ପ୍ରାଣ ହରାଇଛନ୍ତି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଜୀବନ କାହାଣୀ ଉପରେ ଆଧାରିକ ଏକ ବଲିଉଡ୍‌ ଫିଲ୍ମ ‘ସାଣ୍ଡ କି ଆଁଖ’ ମଧ୍ୟ ରିଲିଜ୍‌ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.