Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ସରଦାର୍‌… ମେ ଆପକା ନମକ ଖାୟା ହେ’- ଚିରନିଦ୍ରାରେ ସୋଲେ ଚଳଚ୍ଚିତ୍ରର କାଲିଆ

30/09/2019 at 6:59 PM

ମୁମ୍ବଇ ୩୦।୦୯ ୦- ବଲିଉଡ କଳାକାର ବିଜୁ ଖୋଟ୍ଟେଙ୍କ ପରଲୋକ। ଆଜି ସକାଳ ୬.୫୫ୱ ମିନିଟରେ ତାଙ୍କ ବାସଭବନରେ ଶୋଇଥିବା ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବିଜୁ ଖୋଟ୍ଟେ । ଏକାଧିକ ଅଙ୍ଗ ଅକାମି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଅନେକ  ଦିନ ହେଲା ସେ ଅସୁସ୍ଥ ଥିଲେ।

ସରଦାର… ମେ ଆପକା ନମକ ଖାୟା ହେ । ହିନ୍ଦୀ ଫିଲ୍ମର ବେଶ୍ ଚର୍ଚ୍ଚିତ ଡାଏଲଗ।  ସେହି କାଲିଆକୁ କିଏ ବା ନଚିହ୍ନେ ।  ଆଉ ଏକ ଡାଏଲଗ ମନେ ପକାନ୍ତୁ ।

 “ଗଲତି ସେ ମିଷ୍ଟେକ ହୋ ଗୟାହେ ….ଏହି ସଂଳାପକୁ ଦର୍ଶକ ଢେର ପ୍ରଶଂସା କରିଥିଲେ।… ସେହି ରୋବର୍ଟ । ଆଉ ଏମିତି ଚରିତ୍ର ସହିତ ଦର୍ଶକଙ୍କ ଦିଲ୍‌ରେ ଥିବା ଅଭିନେତା ବିଜୁ ଖୋଟେ ଆଉ ନାହାନ୍ତି। ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

୧୯୬୪ ମସିହା। ସିଲଭର ସ୍କ୍ରିନରେ ଡେବ୍ୟୁ କରନ୍ତି ବିଜୁ ଖୋଟ୍ଟେ । ପରେ ସେ ବଲିଉଡରେ ସୋଲେ, କୁର୍ବାନୀ,କର୍ଜ,ନାଗିନା,କୟାମତ ସେ କୟାମତ ତକ୍ ,ଅନ୍ଦାଜ ଆପନା ଆପନା ପରି ୩୦୦ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ବାହାବା ସାଉଁଟିଥିଲେ। ଫିଲ୍ମ ସହିତ  ମରାଠୀ ଥିଏଟରରେ ମଧ୍ୟ ବିଜୁ ସକ୍ରିୟ ଥିଲେ । ଶେଷ ଥର ପାଇଁ ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ଜାନେ କିୟୁଁ ଦେ ୟାରୋଁ ରେ ସେ ଅଭିନୟ କରିଥିଲେ। । ଏଥସହ ୨୦୧୦ରେ ରିଲିଜ ହୋଇଥିବା ଗୋଲମାଲ-୩, ଅତିଥି  ତୁମ୍ କବ ଯାଓଗେ ଏବଂ ୨୦୦୯ରେ ରିଲିଜ ହୋଇଥିବା ଅଜବ ପ୍ରେମ କି ଗଜବ କାହାନୀରେ ମଧ୍ୟ  ବିଜୁ ଖୋଟ୍ଟେ ଅଭିନୟ କରିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମଲଟି ଅର୍ଗାନ ଫେଲ ହୋଇଯାଇଥିଲା। ଆଉ ଶେଷରେ ଆଜି ସେ ଚାଲିଯାଇଛନ୍ତି ସେହିଠାକୁ ସେହି ପପୁଲାର ସିନ୍‌ର ଅନ୍ୟସାଥୀମାନେ ଯେଉଁଠାକୁ ବହୁ ପୂର୍ବରୁ ଚାଲିଗଲେଣି । ଚନ୍ଦନୱାଡିରେ ବିଜୁ ଖୋଟ୍ଟେଙ୍କ ଶେଷକୃତ୍ୟ କରାଯିବ।

   Related Posts