Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ବଲିଉଡ୍ ମୁହାଁ ‘ସୋଲେ’ର ସାମ୍ବାଙ୍କ ୨ ଝିଅ

17/05/2019 at 6:24 PM

ବଲିଉଡ୍ ରେ ଷ୍ଟାରକିଡ୍ ଙ୍କ ଦବଦବା ଜାରି ରହିଛି । ଜଣକ ପରେ ଜଣେ ଅଭିନେତା ଓ ଅଭିନେତ୍ରୀଙ୍କ ପୁଅ ଝିଅ ସୁବିଧା ସୁଯୋଗ ଦେଖି ଇଣ୍ଡଷ୍ଟ୍ରିରେ ପାଦ ଥାପୁଥିବା ବେଳେ ଏବେ  ଅଲଟାଇମ  ହିଟ୍ ‘ସୋଲେ’ ଫିଲ୍ମର ଲୋକପ୍ରୀୟ ଚରିତ୍ର ସାମ୍ବା ଓରଫ ମ୍ୟାକ୍ ମୋହନଙ୍କ ୨ ଝିଅ ମଧ୍ୟ ବଲିଉଡକୁ ମୁହାଁଉଥିବା ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି।

ମ୍ୟକ୍ ମୋହନଙ୍କ ୨ ଝିଅ ମଞ୍ଜରୀ ଓ ବିନତୀ ଅନେକ ଦିନରୁ ଫିଲ୍ମରେ କାମ କରୁଛନ୍ତି। ତେବେ  ସେମାନେ ବଲିଉଡ ପ୍ରତି ଆଗ୍ରହୀ ହୋଇ ନଥିଲେ। ତେବେ ସାନଜିଅ ବିନତୀ ସ୍କେଟବୋର୍ଡିଂକୁ ନେଇ ଏକ ବଲିଉଡ୍ ଫିଲ୍ମ ଡେବ୍ୟୁ କରିବାକୁ ଯାଉଛନ୍ତି ଯାହା ଫ୍ୟାନଙ୍କ ମଧ୍ୟରେ କ୍ରେଜ ସୃଷ୍ଟି କରିବ ବୋଲି ଦୁଇ ଭଉଣୀ ବେଶ ଆଶାୟୀ ଅଛନ୍ତି।

ମ୍ୟକ୍ ମୋହନଙ୍କ ବଡଝିଅ ମଞ୍ଜରୀ ଅନେକ ନାମୀଦାମୀ ଫିଲ୍ମ ନିର୍ଦେଶକଙ୍କ ସହ କାମ କରିସାରିଲେଣି। ସେ ଟମ କ୍ରୁଜ୍ ଙ୍କ ମିସନ ଇମ୍ପସିବଲ, ଘୋଷ୍ଟ ପ୍ରୋଟକଲ ଓ ବେକ ଅପ ସିଡ୍ ରେ କାମ କରିଥିବା ବେଳେ ନିକଟରେ ବିଶାଲ ଭରଦ୍ବାଜଙ୍କ ସାତଖୁନ ମାପରେ ମଧ୍ୟ କାମ କରିଥିଲେ। ଏହା ଛଡା ସେ ୩ଟି ସର୍ଟ ଫିଲ୍ମର ନିର୍ଦେଶନା ମଧ୍ୟ ଦେଇଛନ୍ତି। ଦୁଇ ଭଉଣୀ ମିସି ଡେଜର୍ଟ ଡଲଫିନ ନାମକ ଏକ ଫିଲ୍ମ ନିର୍ମାଣ କରିବାକୁ ମଧ୍ୟ ମନସ୍ତ କରିଛନ୍ତି। ତେବେ ଏହାର ପ୍ରଯୋଜିକା ହେବେ ବିନତୀ ।

   Related Posts