Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ବନ୍ଧୁତାର ନିବିଡ ସମ୍ପର୍କ ଉପରେ ନିର୍ମିତ ବଲିଉଡର ଅନେକ ସୁପରହିଟ୍‌ ଫିଲ୍ମ, ଆଜି ବି ଦେଖିବାକୁ ପସନ୍ଦ କରୁଛନ୍ତି ସିନେ ପ୍ରେମୀ

31/07/2021 at 5:59 PM

ମୁମ୍ବାଇ ୩୧/୦୭ : ବନ୍ଧୁତାର ସମ୍ପର୍କକୁ ବଜାୟ ରଖିବାକୁ କୌଣସି ସ୍ପେଶାଲ ଦିନର ଆବଶ୍ୟକତା ନଥାଏ । କିନ୍ତୁ ଯେତେବେଳେ ବି ଅସୁବିଧାରେ ଥିଲେ ସାଙ୍ଗମାନେ ପାଖରେ ଛିଡା ହୋଇଥାନ୍ତି । ପ୍ରତ୍ୟେକ ସମ୍ପର୍କର ଉତ୍ସବ ମନାଇବାକ ପାଇଁ ଗୋଟିଏ ଖାସ୍ ଦିନ ସ୍ଥିର କରାଯାଇଛି । ସେମିତି ବନ୍ଧୁତା କିପରି ପଛରେ ରହିପାରିବ । ଏଥିପାଇଁ ମଧ୍ୟ ବିଶେଷ ଦିନ ସ୍ଥିର କରାଯାଇଛି । ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଏ ବନ୍ଧୁତ୍ବ ଦିବସ । ଏହି ବର୍ଷ ବନ୍ଧୁତ୍ୱ ଦିବସ ଅଗଷ୍ଟ ୧ ତାରିଖରେ ପାଳନ କରାଯିବ ।

ସେହିପରି ବଲିଉଡରେ ଅନେକ ଫିଲ୍ମ ମଧ୍ୟ ବନ୍ଧୁତାର ନିବିଡ ସମ୍ପର୍କ ଉପରେ ନିର୍ମିତ ହୋଇଛି । କିଛି ଫିଲ୍ମ ଏତେ ହିଟ୍ ହୋଇଛି ଯେ ସେଗୁଡ଼ିକ ସବୁବେଳେ ଚର୍ଚ୍ଚାରେ ରହିଛି । ସେହି ଫିଲ୍ମ ଗୁଡିକୁ ଆଜି ବି ଦେଖିବାକୁ ପସନ୍ଦ କରୁଛନ୍ତି ସିନେପ୍ରେମୀ । ତେବେ, ଏଭଳି କିଛି ଫିଲ୍ମ ରହିଛି ଯାହାକି ବନ୍ଧୁତ୍ବର ମହତ୍ତ୍ବ ଉପରେ ଆଧାରିତ ଏବଂ ବନ୍ଧୁତ୍ବର ପରିଭାଷାକୁ ବୁଝାଇପାରିବ ।

ଆନନ୍ଦ (୧୯୭୧ ମସିହା) –ଆନନ୍ଦ ଫିଲ୍ମର କାହାଣୀଟି ଅମିତାଭ ବଚ୍ଚନ ଏବଂ ରାଜେଶ ଖାନ୍ନାଙ୍କ ବନ୍ଧୁତା ଉପରେ ପରିବେଷଣ କରାଯାଇଛି । ଯେଉଁଥିରେ ରାଜେଶ ଖାନ୍ନା ମୃତ୍ୟୁ ବେଳେ ଅମିତାଭଙ୍କୁ ଜୀବନ ବଞ୍ଚାଇବାର ମୂଲ୍ୟ ଶିଖାଇଛନ୍ତି । ଖୁବ କମ ସମୟ ମଧ୍ୟରେ ବନ୍ଧୁତା ଏବଂ ଜୀବନର ମହତ୍ତ୍ୱ ବିଷୟରେ ଶିଖାଇଥିଲା ଏହି ଫିଲ୍ମ । ସେତେବେଳେ ଏହି ଚଳଚ୍ଚିତ୍ରଟି ବେଶ ସୁପର ହିଟ୍ ହୋଇଥିଲା ।

आनंद फिल्म

ସୋଲେ (୧୯୭୫) – ବନ୍ଧୁତା ଉପରେ ନିର୍ମିତ ହୋଇଥିବା ଫିଲ୍ମ ସୋଲେ କୌଣସି ଉଦାହରଣ ଠାରୁ କମ୍ ନଥିଲା । ବଲିଉଡ୍ ର ସବୁଠାରୁ ସୁପର ଡୁପର ହିଟ ଫିଲ୍ମ ହେଉଛି ସୋଲେ । ଏହି ଫିଲ୍ମକୁ ବର୍ତ୍ତମାନ ମଧ୍ୟ ଦର୍ଶକମାନେ ଦେଖିବାକୁ ଖୁବ ଆଗ୍ରହ ରଖନ୍ତି । ଫିଲ୍ମରେ ଜୟ ଭୂମିକାର ଅମିତାଭ୍  ଓ ବୀରୁ ଭୂମିକାରେ ଧର୍ମେନ୍ଦ୍ର ନଜର ଆସିଥିଲେ । ଯାହା ଫଳରେ ଏହି ଫିଲ୍ମକୁ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଫିଲ୍ମକୁ କେହି ଭୁଲି ପାରିବେ ନାହିଁ । ତେବେ ଫ୍ରେଣ୍ଡସିପ୍ ଡେ ଅବସରରେ ଏହି ଫିଲ୍ମକୁ ସାଙ୍ଗ ସାଥୀଙ୍କ ସହ ଦେଖିବା ଉଚିତ୍ ।

शोले फिल्म का एक दृश्य

ୟାରାନା (୧୯୮୧)– ଏହି ଫିଲ୍ମରେ ବିଶେଷ କରି ଛୋଟବେଳର ସାଙ୍ଗ କିସାନକୁ ବଡ ସିଙ୍ଗର କରିବା ପାଇଁ ସାହାଯ୍ୟ କରୁଛି । ଏବଂ କିସାନ ମଧ୍ୟ ଏହା ବଦଳରେ ତା ସାଙ୍ଗକୁ ଅସୁବିଧାରୁ ବଞ୍ଚାଇଛି । ତେବେ ଫିଲ୍ମ ୟାରାନାର ଗୀତ ତେରେ ଯେସା ୟାର୍ କାହାଁ… ଗୀତଟି ଖୁବ୍ ହିଟ ହୋଇଥିଲା । ଏହି ଗୀତ ଶୁଣିବା ମାତ୍ରେ ଆପେ ଆପେ ଆଖିରୁ ଲୁହ ବାହାରି ଆସେ ।

याराना

ଦୋସ୍ତାନା (୧୯୮୦)-ବନ୍ଧୁତା ଉପରେ ନିର୍ମିତ ଆଉ ଏକ ଆକ୍ସନ ଫିଲ୍ମ ଦୋସ୍ତାନା । ଏହି ଫିଲ୍ମଟି ନିର୍ମାଣ ୟଶ ଜୋହର କରିଥିବା ବେଳେ ରାଜ୍ ଖୋସଲାଙ୍କ ନିର୍ଦ୍ଦେଶିତ ହୋଇଛି । ଏହି ଫିଲ୍ମରେ ଅମିତାଭ୍ ବଚ୍ଚନ, ଶତ୍ରୁଘ୍ନ ସିହ୍ନା ଓ ଅଭିନେତ୍ରୀ ଜିନତ୍ ଆମାନ, ପ୍ରେମ ଚୋପ୍ରାଙ୍କ ସହ ଅମରେଶ ପୁରୀ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ କିଣି ନେଇଥିଲେ । ବନ୍ଧୁତ୍ବ ପାଇଁ ଏହି ଫିଲ୍ମଟି ବେଶ ଖାସ୍ ଫିଲ୍ମ ଅଟେ ।

दोस्ताना

ଯୋ ଜିତା ଓ୍ବହି ସିକନ୍ଦର (୧୯୯୨)-  ବନ୍ଧୁତା ଉପରେ ଆଧାରିତ ଆଉ ଏକ ହିନ୍ଦି ଚଳଚିତ୍ର ‘ଯୋ ଜିତା ଓ୍ବହି ସିକନ୍ଦର’ । ଏହି ଫିଲ୍ମରେ ବନ୍ଧୁତା ଓ ତ୍ୟାଗର ସନ୍ଦେଶ ଦିଆଯାଇଛି । ଅମୀର ଖାନଙ୍କ ବ୍ୟତୀତ ଦୀପକ ତେଜାରୀ ମଧ୍ୟ ଏହି ଫିଲ୍ମରେ ଖୁବ ସୁନ୍ଦର ଅଭିନୟ କରିଥିଲେ ।

जो जीता वही सिकंदर

   Related Posts