ଭାରତୀୟ ସେନାର ଆକ୍ରମଣ ଦେଖି ପାକିସ୍ତାନ ଅଧିକୃତ କାଶ୍ମୀରରେ କୋକୁଆ ଭୟ, ଆକାଶରୁ ଅଗ୍ନି ବର୍ଷା ହେଉଥିବା ନେଇ ସୋସିଆଲ୍ ମିଡିଆରେ ଉଲ୍ଲେଖ କଲେ ପିଓକେ ବାସୀ

Published By : Prameya-News7 Bureau | October 21, 2019 IST

 ନୂଆଦିଲ୍ଲୀ୨୧|୧୦: ଭାରତୀୟ ସେନାଙ୍କ କାର୍ଯ୍ୟାନୁଷ୍ଠାନ ଦେଖି ପିଓକେର ଲୋକ ବହୁତ ଭୟଭୀତ ହୋଇଯାଇଥିଲେ। ପାକିସ୍ତାନର କୁକର୍ମ ପାଇଁ ଯେମିତି ପିଓକେର ଲୋକମାନଙ୍କର କୌଣସି କ୍ଷତି ନହେଉ ଏନେଇ ପିଓକେର ବାସିନ୍ଦା ବହୁତ ଭୟଭୀତ ହୋଇଯାଇଛନ୍ତି। ପିଓକେର ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଭାରତୀୟ ସେନା ଯେଉଁଭଳି ଭାବେ ଆକ୍ରମଣ କରୁଥିଲେ ଯେମିତି ଲାଗୁଥିଲା ଭାରତୀୟ ସେନା ସବୁ ଧ୍ବଂସ କରି ଦେବେ। ହେଲେ ଭାରତୀୟ ସେନା ଜନସଂଖ୍ୟା ଅଧିକ ଥିବା ଅଞ୍ଚଳକୁ ନିଶାନା କରି ନ ଥିଲେ। ଏଥିସହ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍‌ ଉପରେ ନିଆଁ ଭଳି ଗୁଳିବର୍ଷଣ କରିଥିଲେ। ପିଓକେର କିଛି ସ୍ଥାନୀୟ ବାସିନ୍ଦା ଭାରତୀୟ ସେନା ଆତଙ୍କବାଦୀଙ୍କ ଉପରେ ଗୁଳିବର୍ଷଣ କରିବା ସମୟ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ।

wp:core-embed/twitter {"url":"https://twitter.com/anis_farooqui/status/1185949603616776192","type":"rich","providerNameSlug":"twitter","className":""}
https://twitter.com/anis_farooqui/status/1185949603616776192
/wp:core-embed/twitter

ପିଓକେର ବାସିନ୍ଦାଙ୍କ କହିବା ଅନୁସାରେ ରାତି ସମୟରେ ବହୁ ଜୋରରେ ଗୁଳିର ଶବ୍ଦ ଶୁଣାଯାଉଥି।  ପିଓକେରେ ଥିବା ବହୁ ଆତଙ୍କୀ ଲଞ୍ଚ ପ୍ୟାଡଗୁଡିକୁ ଭାରତୀୟ ସେନା ଧ୍ବଂସ କରି​‌ ଦେଇଥିଲେ। ପିଓକେର ଡିଜାଷ୍ଟର ମ୍ୟାନେଜମେଣ୍ଟର ଅଧିକାରୀ ଅଖତ୍‌ର ଅୟୁବଙ୍କ କହିବା ଅନୁସାରେ ଭାରତୀୟ ସେନାର ଆକ୍ରମଣରେ ନୀଲମ ଘାଟିର ଜୁରା ସେକ୍ଟର ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଆତଙ୍କୀ ଲଞ୍ଚ ପ୍ୟାଡ୍‌ ଗୁଡିକ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା।

wp:core-embed/twitter {"url":"https://twitter.com/Ajithkumar811/status/1185803201108250625","type":"rich","providerNameSlug":"twitter","className":""}
https://twitter.com/Ajithkumar811/status/1185803201108250625
/wp:core-embed/twitter

ଜୁରା ସେକ୍ଟର ଜଣେ ବାସିନ୍ଦା ରାଜା ଅଓ୍ବାନଙ୍କ କହିବା ଅନୁସାରେ ଯେମିତି ଲାଗୁଥିଲା ଭାରତୀୟ ସେନା ପୂରା ଜୁରା ସେକ୍ଟରକୁ ଧ୍ବଂସ କରିଦେବେ। ହେଲେ ସେମିତି କିଛି ହୋଇ ନାହିଁ ଥିବା କଥା ସେ କହିଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବହୁ ପାକ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏପରିକି କିଛି ଆତଙ୍କବାଦୀ ଦୌଡ଼ି ପଳାଉଥିବାର ଦୃଶ୍ୟ ସେ ଦେଖିଥିବା କଥା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.