ଏୟାର ଷ୍ଟ୍ରାଇକ୍ ପରେ ମୁହଁ ଖୋଲିଲେ ସୋଏବ ମଲ୍ଲିକ ଏବଂ ସୋଏବ ଅଖତର : ଭାରତ ବିରୁଦ୍ଧରେ ଉଗାଳିଲେ ବିଷ

Published By : Prameya-News7 Bureau | February 28, 2019 IST

ପୁଲଓ୍ବାମାରେ ଫେବୃୟାରୀ ୧୪ତାରିଖରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୪୦ଜଣ ଯବାନ ଶହିଦ ହୋଇଥିଲେ। ଜୈସ-ଏ-ମହମ୍ମଦର ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣର ନେତୃତ୍ବ ନେଇଥିଲା। ଏହା ପରଠୁ ଭାରତୀୟମାନେ ପାକିସ୍ତାନୀ ଉପରେ କ୍ଷୁବ୍ଧ ହୋଇ ରହିଛନ୍ତି। ଏହା ପରେ ଭାରତୀୟ ବାୟୁ ସେନା ସହିଦ ଯବାନଙ୍କ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ମିଡିଆ ରିପୋର୍ଟ ଅନୁସାରେ ୩୦୦ଆତଙ୍କବାଦୀ ନିହତ ହୋଇଥିଲେ।

ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଆତଙ୍କବାଦୀ ରହିଥିବା ସ୍ଥାନରେ ଆକ୍ରମଣ କରିବା ପରେ ପାକିସ୍ତାନ ଭାରତୀୟ ବାୟୁସୀମା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା କିନ୍ତୁ ଭାରତ ତାଙ୍କ ଏଫ-୧୬ବିମାନକୁ ତାଙ୍କ ସୀମାରେ ଖସାଇଥିଲା।

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଏକ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲରେ ଇଣ୍ଟରଭ୍ୟୁରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦାକରି କହିଥିଲେ ଭାରତକୁ ବିଶ୍ବକପରେ ନଖେଳିବାର ନିଷ୍ପତ୍ତି ନେବାର ପୂରା ଅଧିକାର ରହିଛି।

ପାକିସ୍ତାନର ଖେଳାଳି ସୋଏବ ମଲ୍ଲିକ୍ ନିଜ ଦେଶକୁ ସମର୍ଥନ କରି ଟ୍ବିଟ୍ କରିଛନ୍ତି। ସେ ଲେଖିଛନ୍ତି-‘‘ଆମ ପାକିସ୍ତାନ ଜିନ୍ଦାବାଦ’’।

ସାନିଆ ମିର୍ଜାଙ୍କ ସ୍ବାମୀ ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ମଧ୍ୟ ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ନିଜ ଦେଶକୁ ସମର୍ଥନ କରିଛନ୍ତି। ୨୦୧୯ କ୍ରିକେଟ ବିଶ୍ବକପରେ ଭାରତ ଏବଂ ପାକିସ୍ତାନ ଜୁନ୍୧୬ରେ ମୁହାଁମୁହିଁ ଭେଟିବ କି ନାହିଁ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.