Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ସୋଏବ ଅଖତାରଙ୍କ ଭାଷାରେ ନିଖୋଜ ଗାଈ କିଏ ? ଇଂଲଣ୍ଡଠାରୁ ପାକିସ୍ତାନ ଟି୨୦ ହାରିବା ପରେ ରାଗିକି ଏମିତି କହିଲେ ରାଓ୍ୱଲପିଣ୍ଡି ଏକ୍ସପ୍ରେସ

31/08/2020 at 6:19 PM

ଲାହୋର, ୩୧|୦୮:   ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର ଦଳର  ଟି୨୦ ଅଧିନାୟକ ବାବର ଆଜମଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଏହାସହ ନିଷ୍ପତ୍ତି ନେବାର କ୍ଷମତା ଉପରେ ପ୍ରଶ୍ୱ ଉଠାଇଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନ ଦ୍ୱିତୀୟ ଟି୨୦ରେ ଇଂଲଣ୍ଡଠାରୁ ୫ ଓ୍ୱିକେଟରେ ପରାଜୟ ବରଣ କରିଛି ।

ଏହି ମ୍ୟାଚରେ ପାକିସ୍ତାନ ବ୍ୟାଟସମ୍ୟାନ୍ ଭଲ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୯୬ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲେ । କିନ୍ତୁ ପାକ୍ ବୋଲର ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ରୋକିପାରି ନଥିଲେ । ଫଳରେ ଇଂଲଣ୍ଡ ୫ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ଏହି ମ୍ୟାଚ ପରେ ସୋଏବ ନିଜ ୟ୍ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ, ବାବର ଆଜମ ହଜି ଯାଇଥିବା ଗାଈ ଭଳି ଲାଗୁଥିଲେ । ସେ ପଡିଆରେ ଥିଲେ ମଧ୍ୟ କଣ କରିବେ ଜାଣାପାରୁ ନଥିଲେ । ଏହା ଜରୁରୀ ଯେ ବାବର୍ ନିଜେ ନିଷ୍ପତ୍ତି ନେବା ଆବଶ୍ୟକ । ଯାହା ଆଗାମୀ ଦିନରେ କାମରେ ଆସିବ । ତାଙ୍କୁ ସର୍ବଦା ଏପରି ସୁଯୋଗ ମିଳିବ ନାହିଁ । ପାକ୍ ପ୍ରଥମେ ବ୍ୟାଟିଂ କରି ୧୯୫ ରନ୍ କରିଥିଲା । କିନ୍ତୁ ବୋଲରମାନଙ୍କ ବିଫଳତା କାରଣରୁ ଇଂଲଣ୍ଡ ମ୍ୟାଚ୍ ଜିତିଯାଇଥିଲା ।

ସେ ଆହୁରି କହିଛନ୍ତି ଯେ, ପାକିସ୍ତାନୀ ଟିମ୍ ବାୟୋ ସିକ୍ୟୋର୍ ବବଲରେ ଖେଳୁଛି । ଏଠାରେ ପ୍ରତ୍ୟୋକ ଖେଳାଳି ନିଜକୁ ଅସୁରକ୍ଷିତ ମନେକରନ୍ତି । ଭୁଲ୍ ଟିମ୍, ଭୁଲ ଅଦିନାୟକ, ଭୁଲ ନେତୃତ୍ୱ ପାଇଁ ଟିମ୍ ପରାସ୍ତ ହେଉଛି । ଏହି ସିରିଜରେ ଇଂଲଣ୍ଡ ୧-୦ରେ ଆଗରେ ରହିଛି ।

   Related Posts