ଅମିତାଭଙ୍କ ଅଦ୍ଭୁତ ବେଶ : କିନ୍ତୁ ରିଲିଜ ହେଉନି ସିନେମା ,ବିଗ୍ ବି ନିଜ ସିନେମା ପାଇଁ ହାତ ଯୋଡ଼ି ନିବେଦନ କରି ପାରନ୍ତି,ଜାଣିବା ଏଭଳି ଅଦ୍ଭୁତ କାହାଣୀ

Published By : Prameya-News7 Bureau | December 09, 2019 IST

ମୁମ୍ବାଇ ୯/୧୨: କିଛି ଦିନ ତଳେ ଅମିତାଭ ବଚ୍ଚନ ମୋଜେଜ ସପିରଙ୍କ ଏକ ଟ୍ବିଟକୁ ରିଟ୍ବିଟ୍ କରି ଲେଖିଥିଲେ -

‘ପ୍ଲିଜ… ୟୁଟିଭି,ଡିସନି କିମ୍ବା ଷ୍ଟାର କିମ୍ବା ଓ୍ବାର୍ଣ୍ଣର,,ଯିଏ ବି ହୁଅନ୍ତୁ। ବାସ୍ ଏବେ ଏହା ଆମକୁ ଦେଇ ଦିଅନ୍ତୁ  ଆମେ ଏହାକୁ ରିଲିଜ କରିବୁ…। କିନ୍ତୁ ଆମକୁ ଏହା ଦେଇ ଦିଅନ୍ତୁ।…

{"id":195735,"sizeSlug":"large"}

ମୋଜେଜ ସପିର ଇସ୍ରାଏଲର ଜଣେ କମାଣ୍ଡୋ । ତାଙ୍କ ମାଆ - ବାପା ବହୁତ ଭାରତୀୟ ଫିଲ୍ମ ଦେଖୁଥିଲେ। ଏହି ଡିଏନଏ ତାଙ୍କଠାରେ ମଧ୍ୟ ରହିଲା। ମୋଜେଜ ସପିର ନିଜକୁ ଅମିତାଭଙ୍କ ଫ୍ୟାନ୍ ବୋଲି କହୁଥିଲେ। ୨୦୦୫ମସିହାରେ ମୋଜେଜଙ୍କୁ ଅମିତାଭଙ୍କୁ ଭେଟିବାକୁ ସୁଯୋଗ ମିଳିଥିଲା। ଏହି ଫ୍ୟାନ୍ ମୋମେଣ୍ଟ ପରେ ସେ ଅମିତାଭଙ୍କ ଆହୁରି ବଡ଼ ଫ୍ୟାନ୍ ହୋଇଯାଇଥିଲେ। ଏହି ଇସ୍ରାଏଲିଙ୍କ ଫ୍ୟାନଙ୍କ ଟ୍ବିଟକୁ ଅମିତାଭ ସେୟାର କରିଛନ୍ତି। ଟ୍ବିଟରେ ଯେଉଁ ଫିଲ୍ମକୁ ରିଲିଜ କରିବାକୁ ଅନୁରୋଧ କରାଯାଉଥିଲା  ଏହାର ନାଁ ହେଉଛି ‘ସୁବାଇଟ୍’।

{"id":195736,"sizeSlug":"large"}

ଅମିତାଭ ବଚ୍ଚନଙ୍କ ଏହି ଫିଲ୍ମ ଅନେକ ଦିନରୁ ସୁଟିଂ ଶେଷ ହୋଇଯାଇଛି କିନ୍ତୁ ଏବେ ଯାଏଁ ରିଲିଜ ହୋଇନାହିଁ। ଏହି ଫିଲ୍ମରେ ତାଙ୍କ ଭଳି ବହୁତ ବଡ଼ ବଡ଼ କମର୍ସିଆଲ୍ ଷ୍ଟାର ଥିବା ସତ୍ବେ ଏହି ଫିଲ୍ମ ଅଟକିଯାଇଛି । କିନ୍ତୁ ନିର୍ମାତାଙ୍କ ଉପ​‌ରେ କୌଣସି ପ୍ରଭାବ ପଡ଼ୁ ନାହିଁ।

{"id":195737,"sizeSlug":"large"}

‘ସୁବାଇଟ’ର କାହାଣୀ ଅତ୍ୟନ୍ତ ଆକର୍ଷକ ଏବଂ ହୃଦୟସ୍ପର୍ଶୀ।

ଏହି ଫିଲ୍ମ ୧୯୯୨ମସିହା ପୂର୍ବରୁ ଆରମ୍ଭ ହୋଇଥିଲା ଯେତେବେଳେ ଭାରତୀୟ ମୂଳ ଆମେରିକାର ମନୋଜ ନାଇଟ୍ ଶ୍ୟାମଳନ ନ୍ୟୁୟର୍କ ୟୁନିଭର୍ସିଟିରେ ପଢ଼ୁଥିଲେ ଏବଂ ହଲିଉଡରେ ଆସିବା ପାଇଁ କାହାଣୀ ଏବଂ ସ୍କ୍ରିପ୍ଟ ଭାବି ଲେଖୁଥିଲେ। ପରେ ସେ ‘ଅନବ୍ରେକେବଲ୍’,‘ଦ ସିକ୍ସଥ ସେନ୍ସ’ ଏବଂ ‘ସାଇନ୍ସ’ଭଳି ଲୋକପ୍ରିୟ ଫିଲ୍ମ ପାଇଁ ଖୁବ୍ ଜଣା ଯାଉଥିଲେ। କିନ୍ତୁ ସେ ଜଣେ ସିନେମାପ୍ରେମୀ ଥିଲେ। ସେ ସେହି ସମୟରେ ଗୋଟିଏ ହିଁ କାହାଣୀ ଲେଖିଥିଲେ। ଏହାର ଶୀର୍ଷକ ଥିଲା - ‘ଲେବର ଅଫ ଲଭ’। ସେ ଏହାକୁ ଟ୍ବେଣ୍ଟିଏଥ ସେଞ୍ଚୁରୀ ଫକ୍ସ ଷ୍ଟୁଡିଓକୁ ବିକି ଦେଇଥିଲେ। କିନ୍ତୁ ଫିଲ୍ମ ନିର୍ମାଣ ହୋଇପାରିନଥିଲା କାରଣ ମନୋଜ ନିଜେ ଏହାର ନିର୍ଦେଶନା ଦେବାକୁ ଚାହୁଁଥିଲେ କିନ୍ତୁ ଷ୍ଟୁଡିଓ ରାଜି ନଥିଲା। ପରେ ସେ ଅନ୍ୟ ଫିଲ୍ମଗୁଡ଼ିକରେ ବ୍ୟସ୍ତ ହୋଇଯାଇଥିଲେ ଏବଂ ସବୁଠୁ ଦାମୀ ସ୍କ୍ରିନରାଇଟର ହୋଇ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.