ଜୋତା ଭିତରୁ ବାହାରିଲା ନାଗ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 07, 2021 IST

ଭୁବନେଶ୍ୱର, ୦୭/୧୧:  ଜୋତା ଭିତରେ ନାଗ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ ଅଞ୍ଚଳରେ ଜଣେ ଯୁବକଙ୍କ ଜୋତା ଭିତରୁ ଏକ ନାଗ ସାପ ଉଦ୍ଧାର ହୋଇଛି ।

wp:html /wp:html

ସୂଚନାନୁସାରେ, କଲୋନୀରେ ପ୍ଲଟ ନଂ ଏଚଆଇଜି- ୨୦/୨ରେ ରୁହନ୍ତି ରବୀନ୍ଦ୍ର ସ୍ୱାଇଁ । ତାଙ୍କ ଘରେ ଥିବା ଜୋତା ଷ୍ଟାଣ୍ଡ ତଳେ ଏକ ସାପ ପଶି ଯାଇଥିଲା ।  ଏନେଇ ସେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଦାସଙ୍କୁ ସୂଚନା ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଜୋତା ଭିତରୁ ଦୁଇ ଫୁଟ ଲମ୍ବର ଏକ ନାଗ ସାପ ଉଦ୍ଧାର କରିଥିଲେ । ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.