Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟାର୍ଗେଟ୍‌ରେ ବିଜେପି ନେତା, ବିଜେପି ମୁଖପାତ୍ର ଜି.ବି.ଏଲ. ନରସିଂହା ରାଓଙ୍କୁ ଜୋତା ମାଡ

18/04/2019 at 1:40 PM

ନୂଆଦିଲ୍ଲୀ ୧୮|୪: ଦିଲ୍ଲୀ ବିଜେପି ମୁଖପାତ୍ର ଜି.ବି.ଏଲ. ନରସିଂହା ରାଓଙ୍କୁ ଉପରକୁ ଜୋତା ଫିଙ୍ଗିଛନ୍ତି ଜଣେ ବ୍ୟକ୍ତି । ଏକ ସାମ୍ବାଦିକ ସମ୍ମିଳନୀ ବେଳେ ନରସିଂହାଙ୍କ ଉପରକୁ ଜୋତା ଫିଙ୍ଗିଛନ୍ତି ଜଣେ ବ୍ୟକ୍ତି ।

ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ ବିଜେପି ମୁଖପାତ୍ର ଜି.ବି.ଏଲ. ନରସିଂହା ରାଓ । ସେହି ସମୟରେ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଜୋତା ଫିଙ୍ଗିଛନ୍ତି । ଜୋତା ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଜୋତା ଫିଙ୍ଗିଥିବା ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ବୋଲି ଜଣାପଡିଛି । ଘଟଣା ସମୟରେ ଜି.ବି.ଏଲ. ନରସିଂହା ରାଓ ସାମ୍ବାଦିକ ସମ୍ମଳନୀ କରୁଥିଲେ । ଜୋତା ଫିଙ୍ଗିବା ପରେ ସେହି ବ୍ୟକ୍ତିଙ୍କୁ ପାଖରେ ଥିବା ଲୋକମାନେ କାବୁ କରିନେବା ସହ ତାଙ୍କୁ ବାହାରକୁ ନେଇ ଯାଇଥିଲେ । ସେହି ବ୍ୟକ୍ତିଙ୍କ ନାମ ଶକ୍ତି ଭାର୍ଗବ ବୋଲି କୁହାଯାଉଛି । ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଜୋତା ଫିଙ୍ଗିବା ପଛରେ ସେହି ବ୍ୟକ୍ତିଙ୍କର ପ୍ରକୃତରେ କଣ ଉଦେଶ୍ୟ ଥିବା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ଏହା ମଧ୍ୟ ଜଣାପଡିନାହିଁ ଯେ ବ୍ୟକ୍ତି ଜଣଙ୍କ କେଉଁ ରାଜନୈତିକ ଦଳ ସହ ସଂପୃକ୍ତ ଅଛନ୍ତି ।

   Related Posts