Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ମହିଳା ସୈନିକଙ୍କ ନିଆରା ରୋଷେଇ : ଭାଇରାଲ ହେଉଛି ଭିଡିଓ…

30/09/2021 at 2:51 PM

ନୂଆଦିଲ୍ଲୀ ୩୦/୦୯ : ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଖୁବ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ଭିଡିଓଟିକୁ ଦେଖି ଆପଣ ହସିବେ ନା ଆଶ୍ଚର୍ଯ୍ୟ ହେବେ। ଜଣେ ମହିଳା ସୈନିକ ମାନଙ୍କ ବୁଦ୍ଧିକୁ ପ୍ରଶଂସା କରିବାରେ ଦ୍ବନ୍ଦ୍ବରେ ପଡିଯିବେ । ସେମାନେ ଏପରି ଏକ କାର୍ଯ୍ୟ କରିଛନ୍ତି ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସବୁ ଆଡେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଏହି କ୍ଲିପରେ ଦେଖିପାରିବେ ଦୁଇ ଜଣ ମହିଳା ସୈନିକ ନିଜ ନିଜ ୟୁନିଫର୍ମରେ ଅଛନ୍ତି । ଆଉ ସେମାନଙ୍କ ହାତରେ ଏକ ବଡ ବନ୍ଧୁକ ମଧ୍ୟ ଅଛି । ସେମାନେ ଏକ ଚୁଲାରେ ପ୍ରେସର କୁକର ବସାଇ ହୁଏତ ସେଥିରେ କିଛି ଖାଦ୍ୟ ସିଝିବା ପାଇଁ ଛାଡିଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ସୈନିକ ବନ୍ଧୁକର ନଳୀକୁ ପ୍ରେସର କୁକର ସିଟି ଲଗାଇବା ସ୍ଥାନରେ ରଖି ଦେଉଛନ୍ତି । ଯାହାକି ଅନ୍ୟଜଣେ ମହିଳା ନଳୀ ପାଖରୁ ଯେମିତି ବାମ୍ଫ ନ ବାହାରୁ ସେଥିପାଇଁ ଏକ ଅଖାକୁ କଭର କରିଦେଉଛନ୍ତି । ଆଉ ଏହି ସମୟରେ ଦୁହେଁ ନିଜ ନିଜ ଚେହେରାକୁ ଢାଙ୍କି ଦେଉଛନ୍ତି ।

ତେବେ ଏହି ଭିଡିଓଟିକୁ ସୋସିଆଲ ମିଡ଼ିଆର ଏକ ପ୍ଲାଟ୍ଫଫର୍ମ ଜରିଆରେ ସେୟାର । ଆଉ କ୍ୟାପ୍ସନରେ ଲେଖାଯାଇଛିକି, “ମିଲିଟାରୀ ୱମେନ ମାନଙ୍କର ଅଦ୍ଭୁତ ଯୁଗାଡ । ହେଲେ ପ୍ରକୃତରେ ଏଯାବତ ଜଣାପଡିନାହିଁ ଯେ ଘଟଣାଟି କେଉଁଠାରେ ଘଟିଛି ବୋଲି । ଭିଡିଓଟିକୁ ଦେଖି କିଛି ଜଣ ଏହାକୁ ପ୍ରେସର କୁକରରେ ସିଟି ବାହାର କରାଯିବାର ଯୁଗାଡ ବୋଲି କହିଥିବା ବେଳେଅନ୍ୟ କିଛି ଜଣ ଏହାକୁ ବନ୍ଧୁକର ନଳୀକୁ ସଫା କରିବାର ଏକ ପ୍ରକାରର କୌଶଳ ବୋଲି କହୁଛନ୍ତି । ଆପଣ ବି ଏହାକୁ ଦେଖି ଦ୍ବନ୍ଦ୍ବରେ ପଡିଯିବେ । କିନ୍ତୁ ନିଶ୍ଚିନ୍ତ ରୂପେ ଏ ଦୃଶ୍ୟଟି ପୁରା ପୂରି ଭିନ୍ନ ଧରଣ ଅଟେ ।

   Related Posts