ବର୍ଷା ନାହିଁ କି ବିଜୁଳି ନାହିଁ, ଆକାଶରୁ ପଡ଼ିଲା ବରଫ ମୁଣ୍ଡା, ଛାତ କଣା କରି ଘର ଭିତରେ ପଶିଲା!

Published By : Prameya-News7 Bureau | December 17, 2019 IST

ଶିକାରପୁର୧୭/୧୨: ବର୍ଷା ନାହିଁ କି ବିଜୁଳି ନାହିଁ। ଆକାଶରୁ ଅଚାନକ ପଡ଼ିଲା ବରଫ ମୁଣ୍ଡା। ଛାତ କଣା କରି ଘର ଭିତରେ ପଶିଲା। ଏଭଳି ଅଚାନକ ଆକାଶରୁ ବରଫ ମୁଣ୍ଡା ପଡ଼ିବା କେବେ କେହି ଦେଖି ନ ଥିବେ। ସାଧାରଣତଃ ବର୍ଷା, ବିଜୁଳି ହେଲେ ବରଫ ମୁଣ୍ଡା ଆକାଶରୁ ପଡ଼ିବା କଥା ଆମେ ସମସ୍ତେ ଜାଣିଛେ। ଯାହାକୁ ଆମେ କୁଆପଥର ବୋଲି କହନ୍ତି। ଉତ୍ତରପ୍ରଦେଶର ଶିକାରପୁରରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ ଶିକାରପୁର ଅଞ୍ଚଳର ଶିବ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଘର ଛାତ ଉପରେ ବରଫ ମୁଣ୍ଡା ପଡ଼ିଥିଲା। ଏହି ବରଫ ମୁଣ୍ଡା ଛାତ କଣା କରି ଘର ଭିତରେ ପଡ଼ିଥିଲା। ଏହି ବରଫ ମୁଣ୍ଡା ଆକାଶରୁ ପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭାଳେଣି ପକାଇ ଦେଇଥିଲା।  ଏହି ବରଫ ମୁଣ୍ଡାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ସୂଅ ଛୁଟିଥିଲା।

ଏପରି କି ସ୍ଥାନୀୟ ଥାନାରେ ଏହି ସଂପର୍କରେ ସୂଚନା ଦିଆଯାଇଥିଲା। ବ୍ୟକ୍ତିଗତ ଶତ୍ରୁତା  କେନ୍ଦ୍ରକରି ଶିବ କୁମାରଙ୍କ ପଡ଼ୋଶୀ କିଏ ଏଭଳି କରିଥାଇ ପାରନ୍ତି ବୋଲି ପୋଲିସ ପଚରାଉଚାର କରିଥିଲା। ଶିବ କୁମାରଙ୍କ ଶତ୍ରୁ ଯଦି ଏଭଳି କରେ  ତା’ହେଲେ ଛାତ ଉପରେ କେମିତି ବରଫ ମୁଣ୍ଡା ପଡ଼ିଲା। ଏମିତି ଅନେକ ପ୍ରଶ୍ନବାଚୀ ପୋଲିସର ମନରେ ସୃଷ୍ଟି ହୋଇଥିଲା।  ବରଫ ମୁଣ୍ଡାଟି କେଉଁଠୁ ଓ କେମିତି ଆସିଲା ତାହା କେହି ଦେଖି ନାହାନ୍ତି। କିନ୍ତୁ ଘରେ ପଡ଼ିବା ପରେ ବରଫ ମୁଣ୍ଡାଟିକୁ ସବୁ ଦେଖିଥିଲେ।  ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.