Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ରସିକିଆ ବର ; ୧୩ ବର୍ଷର କନ୍ୟାକୁ ୪୮ ବର୍ଷୀୟ ବର, ନାବାଳିକାଜଣକ ବ୍ୟକ୍ତିଙ୍କ ୫ମ ପତ୍ନୀ

16/11/2020 at 7:32 PM

ଫିଲିପାଇନ୍ସ ୧୬/୧୧ : ଭାରତରେ ବାଲ୍ୟ ବିବାହ ଏକ ସାଂଘାତିକ ଅପରାଧ ଭାବେ ପରିଗଣିତ ହୁଏ । ଆମ ଦେଶରେ ବାଲ୍ୟ ବିବାହକୁ ଯେଉଁମାନେ ପ୍ରୋତ୍ସାହିତ କରନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଏ । କିନ୍ତୁ ନିକଟରେ ଫିଲିପାଇନ୍ସରେ ଏକ ବାଲ୍ୟବିବାହ ମାମଲା ସାମ୍ନାକୁ ଆସିଛି । ମାତ୍ର ୧୩ ବର୍ଷ ନାବାଳିକାକୁ ବିବାହ କରୁଛି ଜଣେ ୪୮ ବର୍ଷର ବ୍ୟକ୍ତି । କେବଳ ସେତିକି ନୁହେଁ ଅସନାଇରା ପାମାନସାଙ୍ଗ ମୂଗାଲିଙ୍ଗ ନାମକ ନାବାଳିକା ହେଉଛନ୍ତି ଅବଦୁଲ୍ଲଜକ ଅମ୍ପାଟୁଆନଙ୍କ ୫ମ ପତ୍ନୀ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ।

ଏହି ବିବାହରେ ନାବାଳିକା ଜଣକ ଖୁସିଥିବା କହିଛନ୍ତି । ସେ କହିଛନ୍ତି ଅବଦୁଲ୍ଲଜକକୁ ଡରନ୍ତି ନାହିଁ ଏବଂ ତାଙ୍କ ସହିତ ବିବାହ କଲେ କୌଣସି ଅସୁବିଧା ନାହିଁ । ନାବାଳିକା ଜଣକ କହିଛନ୍ତି କିପରି ଖାଇବା ତିଆରି କରାଯାଏ ସେ ଶିଖୁଛନ୍ତି ଏବଂ ତାଙ୍କ ସ୍ବାମୀଙ୍କୁ ଖୁସି ରଖିବାକୁ ଚାହୁଁଛନ୍ତି । ବାହାଘର ପରେ ଉଭୟେ ସାଥିରେ ରହିବାକୁ ଗୋଟିଏ ଘର ମଧ୍ୟ ତିଆରି କରିଛନ୍ତି । ଅବଦୁଲ୍ଲଜକ ଅମ୍ପାଟୁଆନ ଜଣେ କୃଷକ ଭାବେ କାମ କରୁଛନ୍ତି । ଅସନାଇରା ଘର କାମ କରୁବା ସହିତ  ଅବଦୁଲ୍ଲଜକଙ୍କର ପିଲାମାନଙ୍କ ଯତ୍ନ ନେଉଛନ୍ତି ଯିଏକି ତାଙ୍କରି ବୟସର ।

 ଅବଦୁଲ୍ଲଜକ କହିଛନ୍ତି ସେ ଏହି ବିବାହକୁ ନେଇ ଏବଂ ତାଙ୍କ ପିଲାମାନଙ୍କ ଦାୟିତ୍ବ ନେଉଥିବାରୁ ସେ ବହୁତ ଖୁସି ଅଛନ୍ତି । ସେ କହିଛନ୍ତି ଅସନାଇରାଙ୍କୁ ଯେତେବେଳେ  ୨୦ ବର୍ଷ ହୋଇଯିବ ସେମାନେ ପିଲା ଜନ୍ମ କରିବାକୁ ଯୋଜନା ମଧ୍ୟ କରିବେ । ଅବଦୁଲ୍ଲଜକ ଆହୁରି ମଧ୍ୟ କହିଛନ୍ତି ଯେ ଅସନାଇରାଙ୍କ ପାଠପଢା ଏବଂ ସ୍କୁଲ ଖର୍ଚ୍ଚ ସେ ବହନ କରିବେ ।

 ମିଳିତ ଜାତିସଂଘ ବାଲ୍ୟ ବିବାହକୁ ଔପଚାରିକ ଆନୁଷ୍ଠାନିକ ବିବାହ କିମ୍ବା ଅନଔପଚାରିକ ୟୁନିଅନ୍ ଭାବେ ବ୍ୟାଖ୍ୟା କରେ ଯେଉଁଠାରେ ଗୋଟିଏ କିମ୍ବା ଉଭୟ ପକ୍ଷ ୧୮ ବର୍ଷରୁ କମ୍ । ଏଥିରେ ଦର୍ଶାଯାଇଛି ଯେ ବାଲ୍ୟ ବିବାହ ଝିଅମାନଙ୍କର ବିକାଶ ଏବଂ ପ୍ରାରମ୍ଭିକ ଗର୍ଭଧାରଣ ଏବଂ ସାମାଜିକ ବିଚ୍ଛିନ୍ନତା ସୃଷ୍ଟି କରିଥାଏ | ଫିଲିପାଇନ୍ସର କିଛି ମୁସଲିମ ଅଞ୍ଚଳରେ ଶାରିଆ ନିୟମକୁ ଆଧାର କରି ନାବାଳିକାଙ୍କ ଯୌବନ ଆରମ୍ଭରୁ ବିବାହକୁ ଅନୁମତି ଦିଆଯାଇଛି । ୟୁନିସେଫ୍ ଆକଳନ ଅନୁଯାୟୀ ଫିଲିପାଇନ୍ସରେ ୭ ଲକ୍ଷ ୨୬ ହଜାର ବାଲ୍ୟ ବର ଅଛନ୍ତି ଯାହାକି ପୂରା ବିଶ୍ବର ୧୨ ପ୍ରତିଶତ । ଏକ ତଥ୍ୟରୁ ଜଣାପଡିଛି ଯେ ଫିଲିପାଇନ୍ସରେ ବିବାହ କରୁଥିବା ପ୍ରାୟ ୧୫ ପ୍ରତିଶତ ନାବାଳିକାଙ୍କର ବୟସ ୧୮ ବର୍ଷରୁ କମ ଏବଂ ବିବାହ କରୁଥିବା ପ୍ରାୟ ଦୁଇ ପ୍ରତିଶତଙ୍କ ବୟସ ୧୫ ବର୍ଷରୁ କମ ।

   Related Posts