Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଅଜବ ଓ୍ୱିକେଟ୍ ! ଗୋଡ଼-ହାତରେ ବଲ୍‌କୁ ଅଟକାଇଲେ , ତାପରେ ବି ବ୍ୟାଟସମ୍ୟାନ୍ ଆଉଟ, ଭିଡିଓ ଭାଇରାଲ୍…

9/11/2020 at 12:12 PM

ନୂଆଦିଲ୍ଲୀ ୦୯।୧୧:  କ୍ରିକେଟ ମଇଦାନରେ ଅନେକ ବ୍ୟାଟସମ୍ୟାନ୍‌ଙ୍କୁ ଆଉଟ ହେଉଥିବାର ଦେଖାଯାଇଛି । କିନ୍ତୁ ଏପରି ଜଣେ ବ୍ୟାଟସମ୍ୟାନ୍‌ ଆଉଟ ହେବାର ଆପଣ କେବେ ଆଗରୁ ଦେଖିନଥିବା । ଯାହାକୁ ଦେଖିବା ପରେ ଆପଣ ବାରମ୍ବାର ସେହି ଦୃଶ୍ୟକୁ ଦେଖିବାକୁ ଇଚ୍ଛା କରିବେ ।  ଆପଣମାନଙ୍କୁ ବିଶ୍ୱାସ ହେବନାହିଁ ଯେ, ବ୍ୟାଟସମ୍ୟାନ ଜଣଙ୍କ କିପରି ଆଉଟ ହୋଇଛନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟର ଟମ୍ ବ୍ଲୁଣ୍ଡେଲ ବ୍ୟାଟିଂ କରିବା ସମୟରେ ବଲକୁ ଆଉଟ ହେବ ଆଶଙ୍କାରେ ହାତରେ ଅଟକାଇଥିଲେ । ଯାହାଫଳରେ ତାଙ୍କୁ ଫିଲ୍ଡ ଅମ୍ପାୟାର ଆଉଟ ଦେଇଛନ୍ତି । ୨୪ଘଣ୍ଟା ପୂର୍ବରୁ ଟମ୍‌ ଓ୍ୱେଲିଂଟନ ମଇଦାନରେ ଶତକ ମାରିଥିଲେ । କିନ୍ତୁ ତା ପର ଦିନ ହିଁ ସେ ଏପରି ଆଉଟ ହୋଇଛନ୍ତି ।

କିପରି ହେଲେ ଆଉଟ ?

ଟମ୍‌ ବ୍ଲୁଣ୍ଡେଲ୍‌ଙ୍କ ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରଲ ହେବାରେ ଲାଗିଛି । ବେସିନ୍‌ ରିଜର୍ଭ ଗ୍ରାଉଣ୍ଡରେ ଟମ୍‌ ବ୍ଲୁଣ୍ଡେଲ୍‌ ଜ୍ୟାକ୍‌ବ ଡେଫିଙ୍କ ବୋଲିଂ ସମୟରେ ଓ୍ୱିକେଟ ପଟୁ ଖେଳିଦେଇଥିଲେ । ବଲ୍‌ଟି ଓ୍ୱିକେଟ୍‌ ରେ ବାଜିବାକୁ ଥିବା ଦେଖି ଟମ୍‌ ବ୍ଲୁଣ୍ଡେଲ୍‌ ତୁରନ୍ତ ବଲ୍‌ରେ ଗୋଡ଼ ମାରିଦେଇଥିଲେ । କିନ୍ତୁ  ଯେତେବେଳେ ତାଙ୍କୁ ଲାଗିଲା କି ବଲ୍‌ଟି ଓ୍ୱିକେଟ୍‌ରେ ବାଜିବାକୁ ଯାଉଛି, ତୁରନ୍ତ ସେ ବଲ୍‌ରେ ହାତ ମାରିଦେଇଥିଲେ । କ୍ରିକେଟ ନିୟମ ମୁତାବିକ, ଯଦି ବଲ୍‌ଟି ବ୍ୟାଟ୍‌ରେ ବାଜି ଓ୍ୱିକେଟ୍‌ ଆଡେ ଯାଉଥାଏ, ତେବେ ତାକୁ ଗୋଡ଼ରେ ଅଟକାଇ ପାରିବେ । କିନ୍ତୁ ସେଥିରେ ହାତ ଲଗାଇବା ନିୟମ ବିରୋଧୀ । ଏହାକୁ ଦୃଷ୍ଟିରେ ରଖି ଟମ୍‌କୁ ଆଉଟ ଦିଆଯାଇଛି ।  

କଣ କହୁଛି ନିୟମ ?

ବଲ୍‌ରେ ହାତ ଲଗାଇଥିବା ବ୍ୟାଟସମ୍ୟାନ୍‌ଙ୍କୁ ହ୍ୟାଣ୍ଡେଲ୍‌ ଦ ବଲ୍‌ ଜରିଆରେ ଆଉଟ ଦିଆଯାଉଥିଲା । କିନ୍ତୁ ୨୦୧୭ ପରେ ଏହି ନିୟମରେ ପରିବର୍ତ୍ତନ କରାଯାଇଥଥିଲା । ଏବେ ବଲ୍‌ ଯଦି ବ୍ୟାଟ୍‌ସମ୍ୟାନ୍‌ଙ୍କ ହାତରେ ବାଜିଲେ ଅବଷ୍ଟ୍ରାକିଙ୍ଗ ଦ ଫିଲ୍ଡ ହିସାବରେ ଆଉଟ ଦିଆଯାଉଛି ।ଏହାପୂର୍ବରୁ ୬୦ବର୍ଷ ତଳେ ୧୯୫୪-୫୫ର ସିଜିନରେ ଜନ୍‌ ହାୟସଙ୍କୁ ଏପରି ଆଉଟ ଦିଆଯାଇଥିଲା

   Related Posts