ବଡ ଝଟକା ! ଏ ବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବନି ଦରମା, ଆସନ୍ତା ବର୍ଷ ପର୍ଯ୍ୟନ୍ତ କରିବାକୁ ପଡିବ ଅପେକ୍ଷା

Published By : Prameya-News7 Bureau | June 15, 2020 IST

ନୂଆଦିଲ୍ଲୀ ୧୫।୦୬: କରୋନା ମାଡ ସବୁ କ୍ଷେତ୍ର ଉପରେ ପଡିଛି। ଚାକିରିଆଠୁ ନେଇ ବ୍ୟବସାୟୀ ଏବଂ ମନ୍ତ୍ରୀଙ୍କଠୁ ନେଇ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ସରକାରୀ ହେଉ କି ଘରୋଇ ସବୁଠି  ବେତନ କାଟ୍ ମଧ୍ୟ  ହୋଇଛି। ଏହି କ୍ରମରେ କେନ୍ଦ୍ର କର୍ମଚାରୀଙ୍କୁ ଲାଗିଛି ଝଟକା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ଆଗାମୀ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ଡିପାର୍ଟମେଣ୍ଟ ଅଫ ପର୍ସନାଲ ଟ୍ରେନିଂ(DoPT) ପକ୍ଷରୁ ଜାରି ଅର୍ଡର ମୁତାବକ, କେନ୍ଦ୍ର ସରକାର ୨୦୧୯-୨୦ ପାଇଁ କେନ୍ଦ୍ର କର୍ମଚାରୀଙ୍କ ବାର୍ଷିକ କାର୍ଯ୍ୟ ପ୍ରଦର୍ଶନ ରିପୋର୍ଟ(APAR)କୁ ପୂରା କରିବାର ଅବଧିକୁ ଆହୁରି ଗୋଟିଏ ବର୍ଷ ବଢାଇ ଦେଇଛନ୍ତି। ଏହାକୁ ବୃଦ୍ଧି କରି ଆଗାମୀ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ କରାଯାଇଛି। ପୂର୍ବରୁ ଏହି ଅବଧି ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଖାଯାଇଥିଲା। ମାର୍ଚ୍ଚରେ ମଧ୍ୟ ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଅପ୍ରେଜଲ୍ ପ୍ରକ୍ରିୟାକୁ ଡିସେମ୍ବର ପର୍ଯ୍ୟନ୍ତ ବେତନ ବୃଦ୍ଧି କରିଥିଲେ। ଏବେ ଏହାକୁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ନୂତନ ଆଦେଶରୁ ସ୍ପଷ୍ଟ  ହୋଇଛି ଯେ, ଏବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ବେତନ ବୃଦ୍ଧି ଲାଗି ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

{"id":286882,"sizeSlug":"large"}

ଏହି ଅଧିକାରୀଙ୍କ ଉପରେ ପଡିବ ପ୍ରଭାବ

କାର୍ମିକ ବିଭାଗ(DoPT) ପକ୍ଷରୁ ଜୁନ ୧୧ରେ ଜାରି ଆଦେଶ ଅନୁଯାୟୀ, ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୯-୨୦ ପାଇଁ APARକୁ ପୂରା କରିବା ପାଇଁ ଅବଧିକୁ ୨୦୨୦ ଡିସେମ୍ବରରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତିର ପ୍ରଭାବ ଗ୍ରୁପ ଏ, ଗ୍ରୁପ ବି ଓ ସିର ଅଧିକାରୀଙ୍କ ଉପରେ ପଡିବ।

{"id":286884,"sizeSlug":"large"}

ଜୁଲାଇ ୩୧ ପର୍ଯ୍ୟନ୍ତ ଅନଲାଇନ୍ ଫର୍ମ ନେଇ ପାରିବେ କେନ୍ଦ୍ରୀୟ କର୍ମଚାରୀ

ସରକାରୀ ଆଦେଶ ମୁତାବକ, ମେ ୩୧ ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଖାଲି ଫର୍ମ କିମ୍ବା ଅନଲାଇନ୍‌ ଫର୍ମ ନେବା କାମ ପୂରା କରିବାର ଥିଲା। କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ବୃଦ୍ଧିର ଏହା ପ୍ରଥମ ପର୍ଯ୍ୟାୟ ହୋଇଥାଏ। ଲକ୍‌ଡାଉନ୍‌ କାରଣରୁ ମେ ୩୧ ପର୍ଯ୍ୟନ୍ତ ଏହା ପୂରା ହୋଇ ପାରିନଥିଲା। ଏଥିପାଇଁ ସରକାର ଫର୍ମ ପୂରଣ ଅବଧିକୁ ୨୦୨୦ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.