ଋଷରେ ଅବେଳ ଦୀପାବଳି, ବାଣ କାରଖାନାରେ ଲାଗିଗଲା ନିଆଁ, ଆକାଶରେ ଫୁଟିଲା ହଜାର ହଜାର ରକେଟ୍

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୭/୧୨ : ଋଷର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ଆଖ ପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହେବା ସହିତ ବାଣ ଗୁଡିକ ଚତୁଃର୍ଦିଗକୁ ଖେଳାଇ ହୋଇଯାଇଥିଲା । ଏହି ଦୁର୍ଘଟଣା ସାଉଥ୍ ଋଷିଆର ପୋର୍ଟ ସିଟିର ରୋଷଟୋଭ-ଅନ୍-ଡନ୍ ର ଏକ ବାଣ ଗୋଦାମରେ ଘଟିଛି । ତେବେ ଏହି ବିସ୍ଫୋରଣର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭଳିକି ଭଳି ରକେଟ ବାଣ ଆକାଶରେ ଫୁଟୁଥିବା ଦେଖିବାକୁ ମିଳିଛି ।

{"id":374205,"sizeSlug":"large"}

ସୂଚନା ଅନୁସାରେ କୌଣସି କାରଣରୁ କାରଖାନାରେ ନିଆଁ ଲାଗିଯିବା ଫଳରେ ପ୍ରଚଣ୍ଡ ଶବ୍ଦରେ ଆରମ୍ଭ ହୋଇଯାଇଥିଲା ବିସ୍ଫୋରଣ । ଏହି ବିସ୍ଫୋଣ ବେଶ କିଛି ସମୟ ଧରି ଚାଲିଥିଲା । ଆକାଶ ଗୋଲାପୀ, ସବୁଜ, ଲାଲ ଏବଂ ସ୍ବର୍ଣ୍ଣ ରଙ୍ଗର ବାଣ ଏବଂ ରକେଟରେ ରଙ୍ଗିନ ହୋଇଯାଇଥିଲା ।

{"id":374206,"sizeSlug":"large"}

ପ୍ରଥମେ ସ୍ଥାନୀୟ ଲୋକେ ଛିଡା ହୋଇ ଦେଖୁଥିଲେ । କିନ୍ତୁ ନିଆଁ ଆହୁରି ତୀବ୍ର ହେବା ପରେ ସେହି ସ୍ଥାନରେ ପ୍ରାଣ ବିକଳରେ ସମସ୍ତେ ଦୌଡିବାକୁ ଲାଗିଥିଲେ । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଉକ୍ତ କାରଖାନଟି ଏତେ ଜୋରରେ ଜଳୁଥିଲା ଯେ ତାକୁ ଆୟତ କରିବା ଅସମ୍ଭବ ହୋଇପଡିଥିଲା । ପ୍ରାୟ ୪ଶହ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ସମସ୍ତ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଆୟତ ହୋଇଥିଲା ।

{"id":374207,"sizeSlug":"large"}

ବିସ୍ଫୋରଣର ଏତେ ଭୟଙ୍କର ଥିଲା ଯେ, ଆଖ ପାଖ ପ୍ରାୟ ୪ ହଜାର ବର୍ଗ ମିଟର ଯାଏଁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ସୌଭାଗ୍ୟବସତଃ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି । ତେବେ କେଉଁ କାରଣରୁ କାରଖାନାରେ ବିସ୍ଫୋରଣ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଏହାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.