ସ୍ବାସ୍ଥ୍ୟ ସେବାର ଦୟନୀୟ ସ୍ଥିତି : ୩ ମହିଳାଙ୍କୁ କୋଭିଡ୍‌ ଭ୍ୟାକସିନ୍‌ ବଦଳରେ କୁକୁର କାମୁଡା ଇଞ୍ଜେକସନ୍‌ ଦେଇଦେଲେ ସ୍ବାସ୍ଥ୍ୟକର୍ମୀ

Published By : Prameya-News7 Bureau | April 09, 2021 IST

ସାମ୍‌ଲୀ ୦୯/୦୪ : ସ୍ବାସ୍ଥ୍ୟ ସେବାର ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି । କୋଭିଡ୍‌-୧୯ ଟିକାକରଣ ପାଇଁ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟକର୍ମୀ, ୩ ଜଣ ମହିଳାଙ୍କୁ ଭ୍ୟାକସିନ୍‌ ବଦଳରେ କୁକୁର କାମୁଡା ଇଞ୍ଜେକ୍‌ସନ୍‌ ଦେଇଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରର ସାମ୍‌ଲୀ ଜିଲ୍ଲା କାନ୍ଧାଲା ସରକାରୀ ଡାକ୍ତରଖାନାରେ ।

ସୂଚନା ଅନୁସାରେ, ସତ୍ୟବତୀ, ସରୋଜ ଏବଂ ଅନାରକଲୀ ନାମକ ୩ ଜଣ ମହିଳା କରୋନା ଭ୍ୟାକସିନ୍‌ ନେବାକୁ ଟିକା ପାଇଁ ଉର୍ଦ୍ଧିଷ୍ଟ ହସ୍ପିଟାଲରେ ପହଞ୍ଚିଥିଲେ । ହେଲ୍‌ଥ ସେଣ୍ଟରରେ ପହଞ୍ଚିସାରିବା ପରେ ସ୍ବାସ୍ଥ୍ୟ କର୍ମୀମାନେ ତାଙ୍କୁ ସିରିଞ୍ଜ ନେବାକୁ କହିଥିଲେ ଏବଂ ପରେ ୩ ଜଣ ମହିଳାଙ୍କୁ କୁକୁରମାନଙ୍କ ପାଇଁ ଉର୍ଦ୍ଧିଷ୍ଟ (Anti-Rabis Vaccine)  ଦେଇଦେଇଥିଲେ । ଗାଇଡ୍‌ଲାଇନ୍‌ ଅନୁଯାୟୀ ସେମାନେ ୩୦ ମିନିଟ୍‌ ଧରି ନୀରିକ୍ଷଣରେ ରହିଥିଲେ ଏବଂ ପରେ ଘରକୁ ଫେରିଥିଲେ ।   

ତେବେ ଘରକୁ ଫେରିବାର କିଛି ଘଣ୍ଟା ପରେ ସରୋଜ ଦେବୀଙ୍କ ଦେହ ଖରାପ ହେବାକୁ ଲାଗିଥିଲା । ବାନ୍ତି ହେବା ସହିତ ମୁଣ୍ଡ ବୁଲାଇଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥିଲେ । ପରୀକ୍ଷା ନୀରିକ୍ଷା କପରେ ସରୋଜ ଦେବୀଙ୍କୁ କୁକୁର କାମୁଡା ଇଞ୍ଜେକ୍‌ସନ୍‌ ଦିଆଯାଇଥିବା କହିଥିଲେ ଡାକ୍ତର । ଅନ୍ୟମାନଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ବିଗିଡିଯାଇଥିଲା ।

ପୀଡିତାଙ୍କ ପରିବାର ଲୋକେ ସାମ୍‌ଲୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଅଭିଯୋଗ କରିଥିଲେ । ଏହା ସହିତ କାର୍ଯ୍ୟରେ ଗୁରୁତର ଅବହେଳା ପାଇଁ ସଂପୃକ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସଂପୃକ୍ତ ହେଲ୍‌ଥ ସେଣ୍ଟରର ଇନ୍‌ଚାର୍ଜ ବ୍ରିଜେନ୍ଦ୍ର ସିଂହ କହିଛନ୍ତି, ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଘଟଣା ବାବଦରେ ତଦତନ୍ତ ଆରମ୍ଭ ହୋଇଛି । ଘଟଣାରେ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.