Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସ୍ତ୍ରୀର ଆତ୍ମହତ୍ୟା କରିବାର ଭିଡିଓକୁ ମୋବାଇଲ୍‌ରେ ରେକର୍ଡିଂ କଲା ସ୍ବାମୀ: ପରେ ପଠାଇଲା ସମ୍ପର୍କିୟଙ୍କୁ..

23/09/2021 at 1:24 PM

ନୂଆଦିଲ୍ଲୀ ୨୩/୦୯ :  ସାଧାରଣତଃ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯାହା ଶୁଣିଲେ ଆପଣ ମଧ୍ୟ ଡରି ଯିବେ । ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଆତ୍ମହତ୍ୟା କରିବା ବେଳର ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଛନ୍ତି। ଏହାପରେ ସେ ଏହି ଭିଡିଓକୁ ତାଙ୍କ ସମ୍ପର୍କୀୟମାନଙ୍କୁ ପଠାଇଛନ୍ତି। ହେଲେ ପତ୍ନୀ ଜୀବନ ହାରୁ ଥିବା ବେଳର କୌଣସି ପ୍ରକାରର ପ୍ରତିବାଦ କରିନାହାନ୍ତି। ତେବେ ଏହି ଘଟଣାକୁ କେନ୍ଦ୍ର କରି ପୋଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଏପରି ଘଟଣା ଘଟିଛି।  ୨୯ ବର୍ଷୀୟ କୋଣ୍ଡାମ୍ମା ୧୨ ବର୍ଷ ତଳେ ପେଞ୍ଚାଲିଆ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବିବାହ ପରେ ଦମ୍ପତି ଅତ୍ମାକୁର ସହରରେ ରହୁଥିଲେ। ସେମାନଙ୍କର ଦୁଇ ଜଣ ସନ୍ତାନ ମଧ୍ୟ ରହିଛି। ବାହାଘରର ୧୨ ବର୍ଷ ପରେ ହଠାତ୍‌ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ପତ୍ନୀଙ୍କ  ଚରିତ୍ରକୁ ସନ୍ଦେହ କରିଥିଲେ ସ୍ବାମୀ ପେଞ୍ଚାଲିଆ। ପତ୍ନୀ ପର ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ନେଇ ପେଞ୍ଚାଲିଆଙ୍କ ମନରେ ସନ୍ଦେହ କରିଥିଲେ। ଏଥିପାଇଁ ସେ କୋଣ୍ଡାମ୍ମାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପ୍ରାୟ ପ୍ରତିଦିନ ପରକୀୟାପ୍ରୀତି ସନ୍ଦେହ ଯୋଗୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା

କିନ୍ତୁ  ସେହି ଘଟଣା ଦିନ ଝଗଡ଼ା ସବୁ ସୀମା ପାର କରି ଯାଇଥିଲା। ସେଦିନ ରାତିରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପାଟିତୁଣ୍ଡ ଭୀଷଣ ରୂପ ନେଇଥିଲା। ଏଥିରେ ରାଗି ଯାଇ କୋଣ୍ଡାମ୍ମା ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ଆଗରେ ହିଁ ଘରର ଫ୍ୟାନରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଥିଲେ। କୋଣ୍ଡାମ୍ମା ଆତ୍ମହତ୍ୟା କରିବା ପରେ ପେଞ୍ଚାଲିଆ ତାଙ୍କୁ ଆଦୌ ଅଟକାଇ ନଥିଲେ। ବରଂ ମୋବାଇଲରେ ସେ କେମିତି ଆତ୍ମହତ୍ୟା କରୁଛନ୍ତି, ତା’ର ଦୃଶ୍ୟକୁ ରେକର୍ଡିଂ କରିଥିଲେ। ଖାଲି ସେତିକି ନୁହେଁ, ଏହାପରେ ସେ କୋଣ୍ଡାମ୍ମାଙ୍କ ପରିବାର ଲୋକଙ୍କୁ ଏହାକୁ ପଠାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସେହିପରି କୋଣ୍ଡାମ୍ମାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ୍ ଗୋଟିଏ ମାମଲା ରୁଜୁ କରି ପେଞ୍ଚାଲିଆଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

   Related Posts