ମାରିବା ପରେ ସବୁ ଲୁଟି ନେଲେ, ଖୋଲିଲା ବୃଦ୍ଧ ଦମ୍ପତ୍ତିଙ୍କ ମର୍ଡର ମିଷ୍ଟ୍ରି ...

Published By : Prameya-News7 Bureau | December 14, 2019 IST

ଲକ୍ଷ୍ନୌ୧୪/୧୨: ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ବୃଦ୍ଧ ଦମ୍ପତ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ୨ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ବିଳମ୍ବିତ ରାତିରେ ୨ ଅଭିଯୁକ୍ତ ଚୋରି କରିବା ଲାଗି ବୃଦ୍ଧ ଦମ୍ପତିଙ୍କ ଘରେ ପଶି ଥିଲେ। ୭୦ ବର୍ଷ ବୟସ୍କ ହିଲାଲ ଅହମ୍ମଦ ଓ ତାଙ୍କ ପତ୍ନୀ ୬୫ ବର୍ଷ ବୟସ୍କା ବିଲକିସ୍‌ ଜହାଂ ଘରରେ ଥିଲେ। ପ୍ରଥମେ ଦୁର୍ବୃତ୍ତମାନେ କବାଟ ବାଡ଼େଇ ଥିଲେ। ବୃଦ୍ଧ ଦମ୍ପତ୍ତି କବାଟ ଖୋଲିବା ପରେ ଅଚାନକ ୨ ଦୁର୍ବୃତ୍ତ ତାଙ୍କୁ ଛୁରିରେ ହତ୍ୟା କରିଥିଲେ।

{"id":197600,"sizeSlug":"large"}

ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଆକିବ୍ ମହମ୍ମଦ ଓ ଉସ୍‌ମାନ ଦୁଇଜଣ ଗିରଫ ହୋଇଛନ୍ତି। ପୂର୍ବରୁ ଏହି ଦୁଇଜଣ ଅଭିଯୁକ୍ତ ବୃଦ୍ଧ ଦମ୍ପତିଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଗତ ଶୁକ୍ରବାର ବିଳମ୍ବିତ ରାତିରେ ୨ଜଣ ଅଭିଯୁକ୍ତ ଘର କବାଟ ବାଡ଼େଇ ଥିଲେ। ବୃଦ୍ଧ ଦମ୍ପତ୍ତି କବାଟ ଖୋଲିବା ପରେ ଧାରୁଆ ଛୁରିରେ ୨ ଅଭିଯୁକ୍ତ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କରିଥିଲେ। ଏହା ପରେ ସୁନା,ଗହଣା ଓ ନଗଦ ଟଙ୍କା ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

{"id":197602,"sizeSlug":"large"}

ତେବେ ଘର ସାମ୍ନାରେ ଲାଗିଥିବା ସିସିଟିଭି ଫୁଟେଜରେ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ। ପୋଲିସର ସୂଚନା ମୁତାବକ ବୃଦ୍ଧ ଦମ୍ପତ୍ତିଙ୍କ ଘରେ ଅଭିଯୁକ୍ତ ମହମ୍ମଦର ବାପା କାମ କରନ୍ତି।​ ତେଣୁ ମହମ୍ମଦ ଓ ତାର ସାଙ୍ଗ ଆକିବ୍‌ ବୃଦ୍ଧ ଦମ୍ପତ୍ତିଙ୍କୁ ଘରକୁ ଯିବା, ଆସିବା ଚାଲିଥିଲା। ଘରର କେଉଁ ସ୍ଥାନରେ ସୁନା, ହଗଣା ଓ ଟଙ୍କା ଅଛି ସେହି ସଂପର୍କରେ ଜାଣି ପାରିଥିଲେ। ବୃଦ୍ଧ ଦମ୍ପତ୍ତି ରାତିରେ ଘରେ ଥିବା ସମୟରେ ୨ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.