Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

କାର୍ଯ୍ୟକ୍ରମର ସିଧା ପ୍ରସାରଣ ଚାଲିଥିଲା, ଅଚାନକ ସାମ୍ବାଦିକଙ୍କ ଉପରେ ଖସି ପଡିଲା ଷ୍ଟୁଡିଓର ସେଟ୍, ସାମ୍ନାକୁ ଆସିଲା ଭିଡିଓ

11/03/2021 at 4:55 PM

ନୂଆଦିଲ୍ଲୀ ୧୧।୦୩: ଷ୍ଟୁଡିଓରେ ଚାଲିଥିବା କାର୍ଯ୍ୟକ୍ରମର ସିଧା ପ୍ରସାରଣ। ଉପସ୍ଥାପକଙ୍କ ସହ ପେନାଲିଷ୍ଟ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ହେଲେ ଅଚାନକ ସେଟ୍‌ର ଏକ ଅଂଶ ଜଣେ ଟିଭି ଆଙ୍କରଙ୍କ ଉପରେ ଖସି ପଡିଥିଲା। ଏଥିରେ ସମସ୍ତ ହତବାକ୍ ହୋଇ ପଡିଥିଲେ। ଏହି ଘଟଣା ଇଏସପିଏନ ଏଫସି ରେଡିଓରେ ଘଟିଛି।

କାର୍ଯ୍ୟକ୍ରମ ବେଳେ କୋଲୋମ୍ବିଆର ଟିଭି ଉପସ୍ଥାପକଙ୍କ ଉପରେ ଷ୍ଟୁଡିଓର ଏକ ଅଂଶ ଖସି ପଡିଥିଲା। ସୌଭାଗ୍ୟବଶତଃ ସାମ୍ବାଦିକ କାର୍ଲୋସ୍ ଆର୍ଡୁଜଙ୍କୁ କୌଣସି ବଡ ଆଘାତ ଲାଗି ନାହିଁ। ଏହି ଘଟଣାର ଭିଡିଓ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଖୁବ୍ ସେୟାର କରାଯାଉଛି। ଏହାକୁ ଏକ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି।

କାର୍ଯ୍ୟକ୍ରମ ସିଧା ପ୍ରସାରଣ ସମୟରେ ଚୌକିରେ ବସିଥିବା କୋଲୋମ୍ବିଆ ଇଏସପିଏନର କ୍ରୀଡା ବିଶେଷଜ୍ଞଙ୍କ ପିଠି ଉପରେ ଅଚାନକ ସେଟ୍‌ର ଅଂଶ ଖସି ପଡିଥିଲା। ଘଟଣା ଘଟିବା ମାତ୍ରେ ତୁରନ୍ତ କ୍ୟାମେରାକୁ ବନ୍ଦ କରି ଦିଆଯାଇଥିଲା। ଏହା ଆୟୋଜକଙ୍କୁ ଜୋରଦାର ଝଟକା ଦେଇଥିଲା। କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଅଟକାଇ ତୁରନ୍ତ କମର୍ସିଆଲ ବ୍ରେକ୍ ନିଆଯାଇଥିଲା।

ସ୍ପୋର୍ଟ୍ସ ଆଙ୍କର ପରେ କହିଛନ୍ତି ଯେ, ତାଙ୍କ ନାକରେ କେବଳ ଆଘାତ ଲାଗିଛି। ଅନ୍ୟଥା ସେ ସଂପୂର୍ଣ୍ଣ ଠିକ୍ ଅଛନ୍ତି। ଭଗବାନଙ୍କୁ ଧନ୍ୟବାଦ ମେଡିକାଲ ଚେକ୍‌ଅପ୍‌ ପରେ ତାଙ୍କର ରିପୋର୍ଟ ଠିକ୍ ରହିଛି। ଯେଉଁମାନେ ମୋର ସ୍ଵାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହୋଇ ପଡିଥିଲେ, ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି।

   Related Posts