ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିବା ପରେ ମା ଉପରେ ମଧ୍ୟ ପକାଇଥିଲା ଲୋଲୁପ ଦୃଷ୍ଟି : ମା ଓ ବଡ଼ଭାଇ ମିଶି ନେଲେ ଜୀବନ
19/10/2019 at 1:06 PM

ଆଜମଗଡ଼ ୧୯/୧୦: ଭାଇ-ଭଉଣୀଙ୍କ ସମ୍ପର୍କ ଅତ୍ୟନ୍ତ ପବିତ୍ର ହୋଇଥାଏ। କିନ୍ତୁ ଯଦି ଜଣେ ଭାଇ କାମାସକ୍ତ ଦୃଷ୍ଟିରେ ନିଜର ଭଉଣୀକୁ ଦେଖେ ତେବେ ପରିଣତି କ’ଣ ହୋଇପାରେ ?ସେହିଭଳି ଜଣେ ମାଆ ବଡ଼ ପୁଅ ସହିତ ମିଶି ନିଜ ପୁଅର ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି।
ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। ପୋଲିସ୍ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। କିନ୍ତୁ ହତ୍ୟା ପଛରେ ଯେଉଁ କାହାଣୀ ସାମନାକୁ ଆସିଛି ତାହା ଜାଣି ସମସ୍ତେ ସ୍ତବ୍ଧ ହୋଇଯିବେ। ଏଠାରେ ଜଣେ ବ୍ୟକ୍ତି କାମ ଲାଳସାରେ ନିଜ ମାଆ ଭଉଣୀଙ୍କୁ ମଧ୍ୟ ଛାଡ଼ିନାହିଁ।
ଆଜମଗଡ଼ର ସରାୟ ଥାନା ଅଞ୍ଚଳରେ ଜଣେ ଯୁବକର ଶବ କେନାଲରୁ ମିଳିଛି। ଏହି ଶବକୁ ବସ୍ତାରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଛି। ପ୍ରାଥମିକ ଯାଞ୍ଚରୁ ପୋଲିସକୁ ଜଣାପଡ଼ିଯାଇଥିଲା ଯେ ଏହା ଏକ ହତ୍ୟାକାଣ୍ଡ।
ଏହା ପରେ ପୁଣି ତଦନ୍ତ ହେବାରୁ ଘଟଣାର ସତ୍ୟାସତ୍ୟ ବିଷୟରେ ଜଣାପଡ଼ିଥିଲା। ମୃତ ଯୁବକକୁ ତା’ ମାଆ ଏବଂ ଭାଇ ମିଶି ହତ୍ୟା କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ମୃତ ଯୁବକ କାମ ଲାଳସାରେ ବୁଡ଼ି ଯାଇଥିଲା। ସେ ତା’ର ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରୁଥିଲା। ଏହି ବିଷୟରେ ମାଆ ଜାଣିବାରୁ ଝିଅଙ୍କୁ ତାଙ୍କ ବାପଘରକୁ ପଠାଇଦେଇଥିଲେ।
ଏହା ସତ୍ବେ ମଧ୍ୟ ମୃତ ଯୁବକ ସୁଧୁରିନଥିଲା ବରଂ ସେ ତା’ ମାଆକୁ ମଧ୍ୟ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏସବୁ ସହିନପାରି ତାକୁ ଜନ୍ମ ଦେଇଥିବା ମାଆ ବଡ଼ପୁଅ ସହ ମିଶି ତାକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ରାତିରେ ତାକୁ ନିଶା ଔଷଧ ଦେଇ ହତ୍ୟା କରିଥିଲେ। ଏହା ପରେ ଶବକୁ ବସ୍ତାରେ ଭର୍ତ୍ତି କରି କେନାଲ କଡ଼ରେ ଫିଙ୍ଗି ଦେଇଥିଲେ।