Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସାଧାରଣ ଜନତାଙ୍କୁ ଝଟକା ! ଦରବୃଦ୍ଧି ଭାଙ୍ଗିଲା ୬ ମାସର ରେକର୍ଡ, ମେରେ ୬.୩୦ ପ୍ରତିଶତ ବଢିଲା ଖୁଚୁରା ମୁଦ୍ରାସ୍ଫୀତି

14/06/2021 at 7:46 PM

ନୂଆଦିଲ୍ଲୀ ୧୪।୦୬: ତେଲଠୁ ନେଇ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ବର୍ତ୍ତମାନ ଆକାଶଛୁଆଁ ରହିଛି। ଏସବୁର ପ୍ରଭାବ ଜନତାଙ୍କ ଉପରେ ପଡୁଛି। ଗୋଟିଏ ପଟେ କରେୋନା ମାଡ ଏବଂ ଅନ୍ୟପଟେ ମହଙ୍ଗା ମାଡରେ ସାଧାରଣ ଜନତା ପେଷି ହୋଇ ଯାଉଛନ୍ତି। ପୁଣି ଥରେ ଦେଶର ସାଧାରଣ ଜନତାଙ୍କୁ ଝଟକା ଲାଗିଛି।  ଆଜି ସକାଳେ ହୋଲସେଲ୍ ମୁଦ୍ରାସ୍ଫୀତି ହାର ୧୨.୯୪ ପ୍ରତିଶତ ରେକର୍ଡ ସ୍ତରରେ ପହଞ୍ଚି ଥିବା ବେଳେ ଖୁଚୁରା ବା ରିଟେଲ୍ ମୁଦ୍ରାସ୍ଫୀତି ହାର ୪.୨୩ ପ୍ରତିଶତରୁ ବଢି ୬.୩୦ ପ୍ରତିଶତରେ ଯାଇ ପହଞ୍ଚିଛି। ଏହା ଗତ ଛଅ ମାସର ରେକର୍ଡ ଭଙ୍ଗ କରିଛି। ମେ ମାସରେ ଖାଦ୍ୟପେୟ ସାମଗ୍ରୀର ରିଟେଲ୍ ମୁଦ୍ରାସ୍ପୀତି ଏପ୍ରିଲ ତୂଳନାରେ ୧.୯୬ ପ୍ରତିଶତରୁ ବଢି ୫.୦୧ ପ୍ରତିଶତରେ ପହଞ୍ଚିଛି। ସେହି ପରି ଖୁଚୁରା ମୁଦ୍ରାସ୍ପୀତି ହାର ୫.୩୯ ପ୍ରତିଶତ  ରହିବାର ଅନୁମାନ ଥିଲା। ସରଳଭାଷାରେ କହିବାକୁ ଗଲେ ଦେଶରେ ସଂପ୍ରତି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଢେର ବୃଦ୍ଧି ଘଟିଛି। ପନିପରିବାଠୁ ନେଇ ଖାଇବା ତେଲ ପର୍ଯ୍ୟନ୍ତ ସବୁ ସାମଗ୍ରୀ ମହଙ୍ଗା ହୋଇଛି।

ଗତ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ବଢିବାର କାରଣ ପେଟ୍ରୋଲ-ଡିଜେଲ୍ ମୂଲ୍ୟବୃଦ୍ଧିକୁ ଦାୟୀ କରାଯାଇଛି। କାରଣ ତୈଳ ଦର ବଢିଲେ ଏହାର ପ୍ରଭାବ ବାକି ସାମଗ୍ରୀର ମୂଲ୍ୟ ଉପରେ ପଡୁଛି। ଏଥିରେ ପରିବହନ ଖର୍ଚ୍ଚ ବଢୁଥିବାରୁ ସାମଗ୍ରୀର ମୂଲ୍ୟ ମଧ୍ୟ ବଢୁଛି. ମାସ ପରେ ମାସ ଆଧାରରେ ମେରେ ପନିପରିବା ମହଙ୍ଗାହାର ବିଯୁକ୍ତ ୧୪.୧୮ରୁ ବଢି ବିଯୁକ୍ତ୧.୯୨ ପ୍ରତିଶତରେ ପହଞ୍ଚିଛି। ମେ ମାସରେ ରିଟେଲ୍ ମୁଦ୍ରାସ୍ପୀତି ୬ ମାସରେ ସବୁଠୁ ଉଚ୍ଚସ୍ତରରେ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ମେରେ ରିଟେଲ୍ ବା ଖୁଚୁରା ମୁଦ୍ରାସ୍ଫୀତି ୬.୩୦ ପ୍ରତିଶତ ରହିଛି।

ସୂଚନାଯୋଗ୍ୟ, ମେ ମାସର ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଯେଉଁ ପୂର୍ବାନୁମାନ କରିଥିଲା, ସେଥିରୁ ଅଧିକ ରହିଛି ମୁଦ୍ରାସ୍ପୀତି ହାର। ଆରବିଆଇ ୨ ରୁ ୬ ପ୍ରତିଶତ ମଧ୍ୟରେ ମୁଦ୍ରାସ୍ଫୀତି ରହିବ ବୋଲି ଧାର୍ଯ୍ୟ କରିଥିଲା। ଏହା ପୂର୍ବରୁ କ୍ରମାଗତ ୫ ମାସ ପର୍ଯ୍ୟନ୍ତ ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତ ତଳେ ରହିଥିଲା।

ମେ ମାସରେ ଖାଦ୍ୟ-ପେୟ ସାମଗ୍ରୀର ମୁଦ୍ରାସ୍ଫୀତି ୫.୦୧ ପ୍ରତିଶତ ରହିଛି ଯାହା ଏପ୍ରିଲରେ ୨.୦୨ ପ୍ରତିଶତ ମହଙ୍ଗା ରହିଥିଲା। ଏହି ସମୟରେ ଡାଲିରେ ୧୨.୦୯ ପ୍ରତିଶତ, ପିଆଜରେ ୨୩.୨୪ ପ୍ରତିଶତ, ଫଳ ଉପରେ ୨୦୧.୭ ପ୍ରତିଶତ, ସୋରିଷ ତେଲ ଦାମରେ ୩୫.୯୪ ପ୍ରତିଶତ ଏବଂ ଅଶୋଧିତ ତୈଳ ଦାମରେ ୧୦୨.୫୧ ପ୍ରତିଶତ ଦାମ ବୃଦ୍ଧି ଘଟିଛି। ସେହି ପରି ପେଟ୍ରୋଲ ଦାମରେ ୬୨.୨୮ ପ୍ରତିଶତ, ଡିଜେଲ୍‌ରେ ୬୬.୩୦ ପ୍ରତିଶତ ଏବଂ ପନିପରିବାର ଦାମରେ ୫୧.୭୧ ପ୍ରତିଶତ ବୃଦ୍ଧି ଘଟିଛି।

   Related Posts